Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ହୋଲ୍ଡିଂ ଟିକସ ଆଦାୟ ପାଇଁ ଆଣ୍ଟା ଭିଡିଲା ବିଏମ୍‌ସି

Sanchar Live by Sanchar Live
February 21, 2025
in ଓଡିଶା
0
ହୋଲ୍ଡିଂ ଟିକସ ଆଦାୟ ପାଇଁ ଆଣ୍ଟା ଭିଡିଲା ବିଏମ୍‌ସି
0
SHARES
10
VIEWS
FacebookTwitter

ନାଁରେ ବର୍ଷ ବର୍ଷ  ହେଲାଣି ହୋଲ୍ଡିଂ ଟ୍ୟାକ୍ସ ଗଡୁଛି । ଟଙ୍କାଏ କି ଦୁଇ ଟଙ୍କା ନୁହେଁ । ସଂଖ୍ୟା କୋଟିରେ । ଦେବାର ନା ଗନ୍ଧ ନାହିଁ । ଏଥିରେ ପୁଣି ସରକାରୀ ଅନୁଷ୍ଠାନ ଆଗରେ । ଏମିତି ବଡ଼ ହୋଲ୍ଡିଂ ଟିକସ ଖିଲାପକାରୀଙ୍କୁ ଚିହ୍ନଟ କରାଯିବ । ସେମାନଙ୍କ ଅନୁଷ୍ଠାନକୁ ସିଲ କରାଯିବ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୁରୁବାର ପଟିଆ ଅଞ୍ଚଳରେ ଥିବା  ଦୁଇଟି ବ୍ୟାଙ୍କକୁ ବିଏମ୍‌ସି ସିଲ କରିଛି ।

ପଟିଆ ସମ୍ପର୍କ ବିହାର ଅଞ୍ଚଳରେ ଥିବା ଦୁଇଟି ବ୍ୟାଙ୍କ  ବିଲ୍ଡିଂ ହୋଲ୍ଡିଂ ଟିକସ ଦେଇନଥିଲେ । ଏନେଇ ନୋଟିସ  ସତ୍ତେ୍ୱ ଘର ମାଲିକ ବିଏମ୍‌ସିକୁ ଖାତିର କରିନଥିଲେ ।  ବିଏମ୍‌ସି ପକ୍ଷରୁ ଉକ୍ତ ଘରକୁ ସିଲ କରିଦିଆଯାଇଛି ।  ସେହିପରି ଏକ ମାର୍ବଲ ଦୋକାନକୁ ମଧ୍ୟ ସିଲ୍‌ କରାଯାଇଛି ।

ବିଏମ୍‌ସିରୁ ମିଳିଥିବା ତଥ୍ୟ ମୁତାବକ ହୋଲ୍ଡିଂ  ଟିକସ ବାବଦକୁ ଇଡ୍‌କୋ ପ୍ରାୟ ୫୯ କୋଟି ଟଙ୍କା ବାକି  ରଖିଛି । ବିଏମ୍‌ସି ଅଞ୍ଚଳରେ ଇଡ୍‌କୋ ଅଧିନରେ ବହୁ  କୋଠା ରହିଛି । ଏହି ସବୁ କୋଠାର ହୋଲ୍ଡିଂ ଟିକସ  ବାକି ପଡ଼ିଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିନରେ  ଥିବା ଓକାକ୍‌ ଏବଂ ଅନ୍ୟ ଅନୁଷ୍ଠାନ ମଧ୍ୟ ଟଙ୍କା ବାକି  ରଖିଛି । ସେହିପରି ପୂର୍ତ୍ତ, ପୁଲିସ କାର୍ଯ୍ୟାଳୟ ମଧ୍ୟ  ଟିକସ ଟଙ୍କା ବାକି ରଖିଛନ୍ତି । ସରକାରୀ ଅନୁଷ୍ଠାନ  ଭାଇ ଭାଇ ହୋଇଥିବା ବେଳେ ସେଠାରୁ ଟଙ୍କା ଆଦାୟ  ହେଉନି । କିଛି ବଡ଼ ବଡ଼ ଘରୋଇ ସ୍କୁଲ, ଅନୁଷ୍ଠାନ  ମଧ୍ୟ ଟିକସ ଟଙ୍କା ବାକି ରଖିଛନ୍ତି ।

ବିଏମ୍‌ସି ପକ୍ଷରୁ ଏଥର ୩୦୦ କୋଟି ଟଙ୍କାର  ହୋଲ୍ଡିଂ ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।  ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ରାଜସ୍ୱ ଆଦାୟ  ସରିଛି । ବାକି ଟଙ୍କା ଆଦାୟ କରିବାକୁ ବିଏମ୍‌ସି ଅଣ୍ଟା  ଭିଡ଼ିଛି । ଉତ୍ତର ଜୋନ୍‌କୁ ୪୫ କୋଟି ଟଙ୍କାର ଟାର୍ଗେଟ  ଦିଆଯାଇଥିଲା । ଏଥିରୁ ସେ ୧୮ କୋଟି ଟଙ୍କା ଆଦାୟ  କରିଛି । ସେହିପରି ଦକ୍ଷିଣ-ପୂର୍ବକୁ ୩୭ କୋଟି  ଟଙ୍କାର ଟାର୍ଗେଟ ଦିଆଯାଇଥିବା ବେଳେ ୧୬ କୋଟି  ଟଙ୍କା ଆଦାୟ ହୋଇଛି । ଦକ୍ଷିଣ-ପଶ୍ଚିମ ଜୋନ୍‌ ମାତ୍ର  ୧୨ କୋଟି ଟଙ୍କା ଆଦାୟ କରିଛି ।

ବିଏମ୍‌ସି ପକ୍ଷରୁ ମାର୍ଚ୍ଚ ମାସ ପୂର୍ବରୁ ରାଜସ୍ୱ  ଆଦାୟ ଜୋରଦାର କରାଯାଇଛି । ଏନେଇ ଘନ ଘନ  ବୈଠକ ସହ ସବୁ ୱାର୍ଡରୁ କିପରି ରାଜସ୍ୱ ଆଦାୟ  ହେବ ସେ ନେଇ ଚାଲିଛି ମାନସମନ୍ଥନ । ତେବେ  ରାଜସ୍ୱ ଆଦାୟରେ ଏ ବର୍ଷ ବିଏମ୍‌ସି ଉଲ୍ଲେଖନୀୟ  ସଫଳତା ହାସଲ କରିଛି । ପୂର୍ବବର୍ଷ ଜାନୁଆରୀ ମାସ  ସୁଦ୍ଧା ବିଏମ୍‌ସି ୮୧ କୋଟି ଟଙ୍କା ରାଜସ୍ୱ ଆଦାୟ  କରିଥିବାବେଳେ ଏଥର ଏହା ୧୨୦ ଛୁଇଁଲାଣି । ତେବେ  ଆଉ ମାସେ ଭିତରେ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରୁ  ଆହୁରି ୫୮ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ  ଲକ୍ଷ୍ୟ ରଖାଯାଇଛି । ବକେୟ ଟିକସ କିପରି ଆଦାୟ  ହେବ ସେ ନେଇ ମୋଟ୍‌ ୩୯ଟି ଟିମ୍‌ ଗଠନ କରାଯାଇଛି ।  ଏହି ଟିମ୍‌ ଘର ଘର ବୁଲି ଟିକସ ଆଦାୟ କରିବ ।

Tags: bmcholding tax
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.