ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ
ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ନୂଆ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗୃହ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଗତ ଫେବୃଆରୀ ୧ ତାରିଖରୁ ବିଭାଗ ପକ୍ଷରୁ ଏଭଳି ବିଜ୍ଞପ୍ତି ଜାରି ହୋଇଥିଲା। ଏଥିରେ ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟର ପଞ୍ଜିକରଣ ବିନା ଆପାର୍ଟମେଣ୍ଟ ଆଇନ ଅନୁଯାୟୀ କରିବାକୁ ବିଜ୍ଞପ୍ତିରେ ବ୍ୟବସ୍ଥା କରାଯାଇଥିଲା। ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି ହେବା ସହ ଆସନ୍ତା ବୁଧବାର ମାମଲାର ପରବର୍ତ୍ତି ଶୁଣାଣି ହେବ।