ଭୁବନେଶ୍ୱର : ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୩ ଆଜି ପ୍ରକାଶିତ ହୋଇଛି । ଏଥିରେ ୪୭୯୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏ ନେଇ ଓପିଏସସି ପକ୍ଷରୁ ନୋଟିସ ପ୍ରକାଶ ପାଇଛି । କୃତକାର୍ଯ୍ୟଙ୍କ ମଧ୍ୟରେ ଅଛନ୍ତି ୧୫୭୩ ମହିଳା । ଲୋକସେବା ଆୟୋଗର ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ଲିଖିତ ପରୀକ୍ଷା ପାଇଁ ପରେ ତାରିଖ ଧାର୍ଯ୍ୟ କରିବ ଓପିଏସସି। ଓପିଏସ୍ସିର ୱେବ୍ସାଇଟ୍ http://opsc.gov.in କୁ ଯାଇ ନିଜର ରୋଲନମ୍ବର ଦେଲେ ଫଳାଫଳ ଜାଣିପାରିବେ। ଓପିଏସ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ପରୀକ୍ଷା ଗତବର୍ଷ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା।