ସଂଚାର ବ୍ୟୁରୋ: ପୁରୀ ସମୁଦ୍ର ତଟରେ ଡେରା ପକାଇଛି ନୌସେନାର ୫ଟି ଯୁଦ୍ଧ ଜାହାଜ। ଦିଗବାରେଣୀ ଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ସମୁଦ୍ର ଭିତରେ ୫ଟି ଯୁଦ୍ଧ ଜାହାଜ ପଇଁତରା ମାରୁଛି। ସୂଚନା ଅନୁଯାୟୀ ପ୍ରତ୍ଯେକ ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ହେବାକୁ ଯାଉଛି। ଏହାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଏହି ୫ଟି ଜାହାଜ ଆସି ପୁରୀ ସମୁଦ୍ରରେ ସ୍ଥିତି ଅନୁଧ୍ୟାନ କରୁଛି। INS ଜଳସ୍ଵ L-41, INS କିଲଟନ୍ T-30, INS ସୁମେଦ୍ଧା P-58, INS ଚଙ୍ଗୀ Z-18 ଓ ରେସ୍କ୍ଯୁ ସିପ୍ ପଇଁତରା ମାରୁଛି। ସେପଟେ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଥିବା ବେଳେ, ଏହା ପୂର୍ବରୁ ନୌସେନାର ୫ଟି ଜାହାଜ ଏଠାରେ ଡେରା ପକାଇବାକୁ ନେଇ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ସେପଟେ ଆଜି ପୁରୀ ଆସିଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ। ତଟ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହ ନୌସେନା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଛନ୍ତି।