ସଂଚାର ବ୍ୟୁରୋ: ଚଣ୍ଡିଖୋଲ ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କଉଡକଲ ନିକଟରେ ଦୁର୍ଘଟଣା। ଟ୍ରକ ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋଟିଏ ଗାଡ଼ିରେ ୩ ଜଣ କଉଡକଲ ଛକରୁ ଔଷଧ ଆଣି ଫେରୁଥିବା ବେଳେ ପଛ ପଟୁ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗାଡ଼ି ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଟାୟାର ଜାଳି ଲୋକେ ରାସ୍ତାରୋକ କରିଛନ୍ତି। ବଡ଼ଚଣା ଓ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।