Monday, August 4, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ବାଂଲାଦେଶ ରାଜନୈତିକ ସଂକଟକୁ ନେଇ ଭାରତରେ ଚିନ୍ତା

Sanchar Live by Sanchar Live
August 6, 2024
in ବିଦେଶ
0
ବାଂଲାଦେଶ ରାଜନୈତିକ ସଂକଟକୁ ନେଇ ଭାରତରେ ଚିନ୍ତା
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ବାଂଲାଦେଶ ରାଜନୈତିକ ସଂକଟକୁ ନେଇ ଭାରତରେ ଚିନ୍ତା । ବିଶେଷକରି ପୂର୍ବ ଭାରତର ସୁରକ୍ଷା ନେଇ ଚିନ୍ତା ବଢିଛି । ପୂର୍ବ ଭାରତରେ ଓଡିଶା, ପଶ୍ଚିମବଙ୍ଗ ତଟବର୍ତ୍ତୀ ଅଞ୍ଚଳକୁ ଅନୁପ୍ରବେଶ ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଭୟ ବଢିଛି । ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ବଙ୍ଗୋପସାଗର ଉପକୂଳରେ ଥିବା ଜିଲ୍ଲାଗୁଡିକୁ ସତର୍କ କରିଛନ୍ତି । ଶେଖ ହସିନାଙ୍କୁ ଭାରତ ଶରଣ ଦେଇଥିବାରୁ ଭାରତ ବିରୋଧୀ ଶକ୍ତିଗୁଡିକ ସକ୍ରିୟ ହୋଇଛନ୍ତି । ସେହି ବିରୋଧୀ ଶକ୍ତିଗୁଡିକ ପଶ୍ଚିମବଙ୍ଗ ଏବଂ ଓଡିଶାକୁ ସମୁଦ୍ର ପଥରେ ଅନୁପ୍ରବେଶ କରିବାର ଭୟ ରହିଛି । ତେଣୁ ଓଡିଶା ଉପକୂଳରେ କିଛି ବି ଅଘଟଣ ପୂର୍ବରୁ ସରକାର ସତର୍କ ହେବାକୁ ଚେତାଇ ଦେଇଛନ୍ତି ବିଶେଷଜ୍ଞ ।

ବାଂଲାଦେଶରେ ଅରାଜକତା । ଟେନସନରେ । ବାଂଲାଦେଶ ସୀମାକୁ ଲାଗିଥିବା ପୂର୍ବଭାରତର ୪ ହଜାର ୪୬ କିଲୋମିଟରରେ ହାଇ ଆଲର୍ଟ । ବିପଦ ମୁକ୍ତ ନୁହେଁ ଓଡ଼ିଶା । ବାଂଲାଦେଶରେ ଏବେ ସକ୍ରିୟ ହୋଇଛନ୍ତି ଭାରତ ବିରୋଧୀ ଶକ୍ତି । ସୁଯୋଗ ପାଇଲେ ଜଳପଥ ଦେଇ ଏମାନେ ଅନୁପ୍ରବେଶ କରି ଘଟାଇପାରନ୍ତି କିଛି ବି ଅଘଟଣ । ବଙ୍ଗୋପସାଗର ଦେଇ ଓଡ଼ିଶାକୁ ଅନୁପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା, ତଟସୁରକ୍ଷା ବାହିନୀ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ପୋଲିସ ସହିତ ସମନ୍ବୟ ରକ୍ଷା କରିବା ଜରୁରୀ । ତୁରନ୍ତ ଏ ନେଇ ତତ୍ପରତା ଦେଖାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବାଂଲାଦେଶରେ ଅସ୍ଥିରତା ଯୋଗୁ ଓଡ଼ିଶା ବି ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେବାକୁ ଯାଉଛି ।

ଭାରତୀୟ ତଟସୁରକ୍ଷା ବାହିନୀ ପକ୍ଷରୁ ପଶ୍ଚିମବଙ୍ଗ ସୁନ୍ଦରବନ ଓ ବାଂଲାଦେଶ ସୀମାରେ କଡ଼ା ନଜର ରଖାଯାଇଛି । ପାରାଦୀପରୁ ଦୈନିକ ୨୦ ହଜାର ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥାନ୍ତି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମତ୍ସ୍ୟଜୀବୀ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ, ମେରାଇନ୍ ପୋଲିସ, ନୌସେନା ପରି ୧୮ଟି ବିଭାଗକୁ ନେଇ ବର୍ଷକୁ ଦୁଇଥର ପ୍ରଶିକ୍ଷଣ ଦିଆଯାଉଛି । କୌଣସି ଅଘଟଣ ନେଇ ଆଶଙ୍କା ଉପୁଜିଲେ ସଙ୍ଗେ ସଙ୍ଗେ ସତର୍କ କରିବା ବ୍ୟବସ୍ଥା ରହିଥିବା କହିଛନ୍ତି ଓଡ଼ିଶା ମତ୍ସ୍ୟ ଉତ୍ପାଦକ ସଂଘ ।

 

Tags: bangladeshindiapolitics
ShareTweetShareSend
Sanchar Live

Sanchar Live

Next Post
ଆଳୁ ଅଭାବ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର

ଆଳୁ ଅଭାବ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ
  • ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର
  • ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
  • ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.