Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

Sanchar Live by Sanchar Live
December 19, 2024
in ଓଡିଶା
0
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ
0
SHARES
3
VIEWS
FacebookTwitter

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି । ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ବିଜେପି ସାଂସଦମାନଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ଦାବି ଗୁଡ଼ିକ ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ, ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ସହ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦରରେ ପରିଣତ କରାଯାଉ । ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଓ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପର ନବୀକରଣ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ଉଡାନ ଯୋଜନା’ ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଥିବା ବେଳେ ଏହି ଯୋଜନାରେ  ଢେଙ୍କାନାଳର ବିରାସାଲ, ସମ୍ବଲପୁରର ହୀରାକୁଦ, ଗଞ୍ଜାମର ରଙ୍ଗେଇଲୁଣ୍ଡା, ଜଗତସିଂହପୁରର ପାରାଦୀପ, କଳାହାଣ୍ଡିର ଉତକେଲା, ଯାଜପୁରର କଳିଙ୍ଗନଗର, କେନ୍ଦୁଝରର ରାଇସୁଆଁ, ବରଗଡ଼ ଜିଲ୍ଲାର ପଦମପୁର ଓ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଏବଂ ରାଇରୁଙ୍ଗପୁର ଏୟାରପୋର୍ଟ ସାମିଲ କରିବା ପାଇଁ ପଦକ୍ଷେପ ନେବା ପାଇଁ ସାଂସଦ ପ୍ରତିନିଧିମଣ୍ଡଳ ଅନୁରୋଧ କରିଛନ୍ତି ।

ଏହା ଉପରେ ବିସ୍ତୁତ ସୂଚନା ଦେଇ ବିଜେପି ସାଂସଦଙ୍କ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି ଯେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢୁଥିବା ଏୟାର ଟ୍ରାଫିକ ଏବଂ  ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା କାରଣରୁ ନୂଆ ଘରୋଇ ଟର୍ମିନାଲ ବିଲଡିଂ-୩ ପାଇଁ ମଞ୍ଜୁର ଦିଆଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ପୂର୍ବ ଭାରତରେ ଏହି ବିମାନବନ୍ଦରର ଚାହିଦା ବୃଦ୍ଧି ପାଇବ ।  ଶିଳ୍ପ ସମୃଦ୍ଧ ସହର ଝାରସୁଗୁଡ଼ାରେ ଯାତ୍ରୀଙ୍କ ଯାତାୟତ ପାଇଁ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଫେଜ୍ -୨ର ନବୀକରଣ କାମ ନିତାନ୍ତ ଜରୁରୀ । ବିମାନ ଚଳାଚଳ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା କଟକର ଚାରବାଟିଆ ଏୟାରଫିଲ୍ଡ ଜନସାଧାରଣଙ୍କ ସ୍ୱାର୍ଥକୁ ପୂରଣ କରିବ ।

ରାଜ୍ୟର ପ୍ରମୁଖ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର ଅନୁଗୁଳ ତାଳଚେରର ଖଣିଜ ଅଞ୍ଚଳ, କଳିଙ୍ଗନଗରର ଇସ୍ପାତ କେନ୍ଦ୍ର ଏବଂ ଦେଶର ସର୍ବବୃହତ ବନ୍ଦର ପାରାଦୀପ ନିକଟରେ ରହିଥିବା ବେଳେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ କାମ ଚାଲୁଥିବା କାରଣରୁ ଏହି ପଦକ୍ଷେପ ଓଡ଼ିଶାର ଶିଳ୍ପ ବିକାଶରେ ସହାୟକ ହେବ ।

ଶ୍ରୀଜଗନ୍ନାଥ ଧାମ ପୁରୀରେ ରାଜ୍ୟ ସମେତ ଦେଶ ବାହାରୁ ଲକ୍ଷାଧିକ ପର୍ଯ୍ୟଟନ ଓ ତୀର୍ଥଯାତ୍ରୀଙ୍କ ଆଗମନ ହେଉଛି । ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ତୀର୍ଥଯାତ୍ରୀମାନଙ୍କୁ ସିଧାସଳଖ ଏବଂ ନିରନ୍ତର ବିମାନସେବା ମିଳିପାରିବ । ସେହିପରି ଅନ୍ୟାନ୍ୟ ବିମାନବନ୍ଦରର ସମ୍ପ୍ରସାରଣ ଓ ନବୀକରଣ ଦ୍ୱାରା  ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ।

Tags: delhiDharmendrapradhan
ShareTweetShareSend
Sanchar Live

Sanchar Live

Next Post
ଶୀତ ଋତୁରେ ଗରମ ରହିବାକୁ ଚାହିଁଛନ୍ତି କି? ଫଲୋ କରନ୍ତୁ ଏହି ଟିପ୍ସ

ଶୀତ ଋତୁରେ ଗରମ ରହିବାକୁ ଚାହିଁଛନ୍ତି କି? ଫଲୋ କରନ୍ତୁ ଏହି ଟିପ୍ସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.