ସଂଚାର ବ୍ୟୁରୋ: ସିିବିଆଇ ଜେରାର ସମ୍ମୁଖୀନ ହୋଇଥିବା ସନ୍ତୋଷ ମହାରଣା ଅସୁସ୍ଥ । ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଝାଡା, ବାନ୍ତି ହେଉଥିବା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୭ ତାରିଖରେ ଧରାପଡ଼ିଥିବା ୧୦ ଲକ୍ଷ ଲାଞ୍ଚ କାରବାର ରେ ମୁଖ୍ୟ କାର୍ପଟଦାର ଥିଲେ ସନ୍ତୋଷ । ସେପଟେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ମାମଲାରେ ସାମ୍ନାକୁ ଆସିଛି ଏକ ଚିଠି। ଏହି ଚିଠି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଲେଖାଯାଇଛି। ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ଭେଟିବା ଲାଗି କମ୍ପାନୀ ତରଫରୁ ଅନୁମତି ମଗାଯାଇଥିଲା। ୫ ତାରିଖରେ ଭେଟିବାକୁ ଅନୁମତି ମଗାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନିର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ପାଇଁ ସେମାନେ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁଚାହୁଁଥିଲେ। ସେପଟେ ଆଜି ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇପାରନ୍ତି। ସିିବିଆଇ ଅଫିସରେ କଡ଼ା ସୁରକ୍ଷା କରାଯାଇଛି।