ସଂଚାର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିଆଜ ବୋଝେଇ ଟ୍ରକ ଜଳିଯିବା ସହ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୪୯ ନଂ ଜାତୀୟ ରାଜପଥ ବିଶୋଇ ଥାନା ଅଧୀନ ଡୁମୁରୁଡ଼ିହା ଛକ ନିକଟରେ ଟ୍ରାକ୍ଟର ଓ ପିଆଜ ବୋଝେଇ ଟ୍ରକ୍ ଧକ୍କା ହୋଇଥିଲା । ଫଳରେ ପିଆଜ ବୋଝେଇ ଟ୍ରକଟି ଜଳି ଉଠିଥିଲା । ଦୁର୍ଘଟଣାରେ ଟ୍ରାକ୍ଟରର ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଛନ୍ତି । ମୃତ ଶ୍ରମିକ ଜଣକ ହେଉଛନ୍ତି ନୂଆଗାଁର ପପୁ ମହାନ୍ତ । ସମସ୍ତଙ୍କୁ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଶୋଇ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।