ସଂଚାର ବ୍ୟୁରୋ: ଲ୍ୟାଣ୍ଡଫଲ କରିଛି ବାତ୍ୟା ପେଙ୍ଗଲ। ଶେଷ ହୋଇଛି ଲାଣ୍ଡଫଲ ପ୍ରକ୍ରିୟା। ପୁରା ପୁରିି ଭାବେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା। ପ୍ରବଳ ବର୍ଷା ହୋଇଥିଲା ମଧ୍ୟ ପବନର ବେଗ ବେଶି ନ ଥିବାରୁ ସେତେଟା କ୍ଷୟକ୍ଷତି ହୋଇନାହିଁ। ସୂଚନା ଅନୁସାରେ ପବନର ବେଗ ଥିଲା ୭୦ରୁ ୮୦ କିଲୋମିଟର। ୯୦ କିଲୋମିଟରର ଝଟକା ବି ହୋଇଥିଲା। ତେବେ ସେଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଛି ତାମିଲନାଡୁ ଓ ପୁଡୁଚେରି। ଏବେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ। ଅନେକ ଜିଲ୍ଲାକୁ ଦିଆଯାଇଥିଲା ରେଡ୍ ୱାର୍ଣ୍ଣିଂ । ଆଜିଠାରୁ ଚେନ୍ନାଇ ଏୟାରପୋର୍ଟରେ ବିମାନ ସେବା ଆରମ୍ଭ ହୋଇପାରେ। ରେଳ ସେବା ମଧ୍ୟ ଆଜିଠାରୁ ଆରମ୍ଭ ହୋଇପାରେ।

