ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟ୍କା । ବଢ଼ିଲା ଗ୍ୟାସ୍ ଦର । ଦେଶବ୍ୟାପି ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ଦର ମାସ ରମ୍ଭରୁ ବୃଦ୍ଧି ପାଇଛି । ବାଣିଜ୍ୟିକ ସିଲିଣ୍ଡର ପିଛା ଦର ୯ ଟଙ୍କା ୫୦ ପଇସା ବଢ଼ିଛି ।
ତୈଳ ମାର୍କେଟିଂ କମ୍ପାନୀ LPG ସିଲିଣ୍ଡର ଦର ବଢ଼ାଇଛନ୍ତି । IOCL ଅନୁସାରେ, ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦାମ ୯ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଶ୍ଵସ୍ତିର କଥା ହେଲା ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ଦର ବୃଦ୍ଧି ହୋଇ ନାହିଁ ।
ସେହିଭଳି ୫ କେଜି ଓ ୧୦ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୫ କେଜି ବିଶିଷ୍ଟ ଛୋଟୁ ଏଲପିଜି ସିଲିଣ୍ଡର ଏବେ ୩୪୯ ଟଙ୍କା ୫୦ ପଇସାରେ ମିଳୁଛି । ଯେତେବେଳେ କି XTRALITEର ଦର ୩୩୯ ଟଙ୍କା ରହିଛି । ତେବେ ୫ କେଜି ବିଶିଷ୍ଟ ଅଣ-ଘରୋଇ ସିଲିଣ୍ଡର ମୂଲ୍ୟ ୭୬୨ରୁ ୭୬୪ ଟଙ୍କାକୁ ବୃଦ୍ଧି ପାଇଛି ।
