ପାରିବାରିକ କଳହରୁ ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର୍। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିରେ ଅଭାବନୀୟ ଘଟଣା। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗୁଣୁପୁର ମାଛଖୁଣ୍ଟି ଗାଁର ମେଲେକା ଜଗଦୀଶ । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଧାରୁଆ ଅସ୍ତ୍ରରେ ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବର୍ଷେ ପୂର୍ବେ ଜଗଦିଶ ପୁଟାସିଂ ଥାନା କୁଲୁ ସିଂ ଗାଁର ହାରି ରଚିତକୁ ପ୍ରେମ ବିବାହ କରିଥିଲେ । ଜଗଦିଶ ଡ୍ରାଇଭର ଭାବେ କାମ କରୁଥିଲେ। ପାରଳାଖେମୁଣ୍ଡିରେ ଚାକିରି ବାହାନାରେ ସ୍ତ୍ରୀ ଗାଁରୁ ଆସି ଦୁଇ ମାସ ହେଲା ଭଡ଼ା ଘରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେଣୁ ସ୍ତ୍ରୀ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ।