ସଂଚାର ବ୍ୟୁରୋ: ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ଓ ଆସନ୍ତାକାଲି ରାଜ୍ୟରେ ବର୍ଷା ନେଇ ଆକଳନ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, ନୟାଗଡ଼,ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଜଗତସିଂପୁର, ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ, କେନ୍ଦ୍ରାପଡ଼ା, ବୌଦ୍ଧ,ଅନୁଗୁଳ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଲଘୁଚାପର ପ୍ରଭାବରେ ବର୍ଷା ପରେ କିଛି ଦିନ ପାଗ ଶୁଖିଲା ରହିବା ପରେ ପୁଣି ୨୭ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବ ସରିବା ପରେ ପୁଣି ବଢିବ ଶୀତ ।