Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ନେପାଳରେ କିଏ ସମ୍ଭାଳିବେ ସରକାର ?

Sanchar Live by Sanchar Live
September 11, 2025
in ବିଦେଶ
0
ନେପାଳରେ କିଏ ସମ୍ଭାଳିବେ ସରକାର ?
0
SHARES
28
VIEWS
FacebookTwitter

ଅଶାନ୍ତ, ଅସ୍ଥିର ନେପାଳକୁ କିଏ କରିବ ଶାନ୍ତ ? କାହା କଥା ମାନିବେ ଜେନ୍-ଜି ? ଦୁର୍ନୀତି ବିରୋଧୀ ପ୍ରତିବାଦକୁ ନେଇ ୩ ଦିନ ହେଲା ନେପାଳ ଜଳୁଛି, ୩୧ ଲୋକ ମଲେଣି । ଦେଶ ଛାଡ଼ି ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଳାଇଥିବାରୁ ନେପାଳରେ ଲାଗି ରହିଛି ରାଜନୈତିକ ସଂକଟ । ଆଉ ନେପାଳର ଏହି ସଂକଟ ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ଵ କିଏ ନେବ ? ଏ ନେଇ ଚର୍ଚ୍ଚା ଭିତରେ ଜେନ୍-ଜି ଦେଇଛନ୍ତି ନୂଆ ନାଁ…

ସଂଚାର ବ୍ୟୁରୋ: କୁଲମାନ ଘିସିଙ୍ଗ୍, ପେଶାରେ ବୈଦ୍ୟୁତିକ୍ ଯନ୍ତ୍ରୀ । ଏବେ ଜେନ୍-ଜିଙ୍କ ପସନ୍ଦ ହେଉଛନ୍ତି କୁଲମାନ । ପୂର୍ବରୁ ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବତନ ବିଚାରପତି ଓ ବୟସ ୭୦ରୁ ଅଧିକ ହୋଇଥିବାରୁ ଏବେ କୁଲମାନ ଘିସିଙ୍ଗ୍‌ଙ୍କ ନାଁ ଆଗକୁ ଆସିଛି । ଆଉ ଇୟେ ସେହି କୁଲମାନ ଘିସିଙ୍ଗ୍‌ ଯାହାଙ୍କୁ ଚଳିତବର୍ଷ କେପି ଶର୍ମା ଓଲି କାର୍ଯ୍ୟକାଳ ସରିବା ପୂର୍ବରୁ ପଦରୁ ହଟାଇ ଦେଇଥିଲେ ।

ନେପାଳ ବିଦ୍ୟୁତ୍ ବୋର୍ଡର ପୂର୍ବତନ ମୁଖ୍ୟ ହେଉଛନ୍ତି କୁଲମାନ ଘିସିଙ୍ଗ୍‌ । ଯିଏ କି ନେପାଳକୁ ଅନ୍ଧାରରୁ ବାହାର କରିଥିବା ଇଞ୍ଜିନିୟର ଭାବେ ବେଶ ପରିଚିତ । ଦିନେ ସମସ୍ତଙ୍କ ଘର ଆଲୋକିତ କରିଥିବା କୁଲମାନ ଏବେ ଦେଶକୁ ସଂକଟରୁ ଉଦ୍ଧାର କରିବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ୨୦୧୬ ପୂର୍ବରୁ ନେପାଳରେ ଦୈନିକ ୧୮ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବା ବେଳେ କୁଲମାନ ଘିସିଙ୍ଗ୍‌ ନେପାଳ ବିଦ୍ୟୁତ୍ କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ହେବା ସମୟରେ ଏହାକୁ ଦୁଇ ଦିନରେ ଦୁଇ ଘଣ୍ଟାକୁ ହ୍ରାସ କରିଥିଲେ ।

ସୋମବାର ବିକ୍ଷୋଭ ବେଳେ ପୋଲିସ ଗୁଳିରେ ୧୮ ଯୁବକଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଥିଲେ କୁଲମାନ ଘିସିଙ୍ଗ୍‌ । ଫେସବୁକ୍ ପୋଷ୍ଟରେ ସରକାରଙ୍କ ଇସ୍ତଫା ଦାବି କରିଥିଲେ ସେ । ଆଉ ଏକ ପୋଷ୍ଟରେ କୁଲମାନ ଘିସିଙ୍ଗ୍‌ ନେପାଳରେ ମଧ୍ୟବର୍ତ୍ତୀକାଳୀନ ଗଠନ ଓ ତାଙ୍କ ନେତୃତ୍ଵରେ ନିର୍ବାଚନ ଦାବି କରିଥିଲେ । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ତଦନ୍ତ କରି ସଜ୍ଜା ଦେବାକୁ ମଧ୍ୟ ଦାବି କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ନ ପହଞ୍ଚାଇବା ଲାଗି ନିବେଦନ କରିଥିଲେ ।

ନେପାଳର ରାମେଛାପ ଜିଲ୍ଲାରେ ୧୯୭୦ ନଭେମ୍ବର ୨୫ରେ ଜନ୍ମିତ କୁଲମାନ ଘିସିଙ୍ଗ୍‌ ଭାରତରେ ପାଠ ପଢ଼ିଛନ୍ତି । ଝାଡ଼ଖଣ୍ଡ ସ୍ଥିତ ରିଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି । ଏହାପରେ ନେପାଳ ପୁଲଚୌକ ଇଞ୍ଜିନିୟରିଂ କଲେଜରୁ ପାୱାର ସିଷ୍ଟମ ଇଞ୍ଜନିୟରିଂରେ ସ୍ନାତକୋତ୍ତର କରିଛନ୍ତି । ନେପାଳ ବିଦ୍ୟୁତ୍ ବୋର୍ଡରେ ଦୁଇଥର ପରିଚାଳନା ନିର୍ଦ୍ଦେଶକ ରହିବା ସହ କୁଲମାନ ଘିସିଙ୍ଗ୍‌ ରାହୁଘାଟ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରକଳ୍ପ ଓ ଚିଲିମେ ହାଇଡ୍ରୋପାୱାର କମ୍ପାନୀର ପ୍ରମୁଖ ଭାବେ କାର୍ଯ୍ୟ କରିଛନ୍ତି ।

ଘିସିଙ୍ଗ୍‌ଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିଲେ ଜନତା

ଚଳିତବର୍ଷ କେପି ଶର୍ମା ଓଲିଙ୍କ ସରକାର କୁଲମାନ ଘିସିଙ୍ଗ୍‌ଙ୍କ ସ୍ଥାନରେ ହିତେନ୍ଦ୍ର ଦେବ ଶାକ୍ୟଙ୍କୁ ନେପାଳ ବିଦ୍ୟୁତ୍ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରିଥିଲେ । କାର୍ଯ୍ୟକାଳ ଶେଷର ୩ ମାସ ପୂର୍ବରୁ କୁଲମାନ ଘିସିଙ୍ଗ୍‌ଙ୍କୁ ଅବ୍ୟାହତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜନତା । ଯାହାକୁ ନେଇ କାଠମାଣ୍ଡୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ସମୟ ଚକ୍ରରେ କୁଲମାନ ଘିସିଙ୍ଗ୍‌ଙ୍କୁ ନେପାଳ ବିଦ୍ୟୁତ୍ ବୋର୍ଡ ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିବା ଓଲି ଏବେ ପଦରେ ନାହାନ୍ତି । ଆଉ ପୂର୍ବ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସ୍ଥାନ ନେବାକୁ ରେସ୍‌ରେ ଆଗରେ ଅଛନ୍ତି କୁଲମାନ ଘିସିଙ୍ଗ୍‌ ।

Tags: Nepalpolitics
ShareTweetShareSend
Sanchar Live

Sanchar Live

Next Post
BCCI ଅଧ୍ୟକ୍ଷ ହେବେ କି ସଚିନ୍ ? ମୁହଁ ଖୋଲିଲେ ଲିଟିଲ୍ ମାଷ୍ଟର

BCCI ଅଧ୍ୟକ୍ଷ ହେବେ କି ସଚିନ୍ ? ମୁହଁ ଖୋଲିଲେ ଲିଟିଲ୍ ମାଷ୍ଟର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.