Wednesday, November 4, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ବିଦେଶ

ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି

Sanchar Live by Sanchar Live
November 4, 2026
in ବିଦେଶ
0
0
SHARES
9
VIEWS
Facebook
Twitter

ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ । ହାରିଲା ରିପବ୍ଲିକାନ୍ ପାର୍ଟି । ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଡେମୋକ୍ରାଟ୍ସ କଣ୍ଚ୍ରୋଲ୍‌ରେ ଆସିଛି ୟୁଏସ୍ କଂଗ୍ରେସ । ଆମେରିକା ମଡ୍ ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ବଡ଼ ପରାଜୟ ହୋଇଛି । ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପରାସ୍ତ ହୋଇଛି । ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ସିନେଟରେ ବହୁମତ ହାସଲ କରିଛି ଏବଂ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ମଧ୍ୟ ଏହାର ନେତୃତ୍ୱ ବଜାୟ ରଖିଛି ।

ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୩୫ଟି ଆସନ ଏବଂ ସିନେଟ୍ ର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନ ପାଇଁ ହୋଇଛି ମତଦାନ । ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ ହାସଲ କରିଛି । ମୋଟ୍ ୧୦୦ ଆସନରୁ ଡେମୋକ୍ରାଟିକକୁ ୫୧ଟି ଆସନ ମିଳିଛି । ତେହେରାନ ଜାଗାରେ ଟେକ୍ସାସରେ ହୋଇଗଲା ରିଜିମ ଚେଞ୍ଜ । ହାତରୁ ସଂସଦର ୨ଟି ଗୃହ ଉପରକୁ ଟ୍ରମ୍ପଙ୍କ କଣ୍ଟ୍ରୋଲ୍ ଗଲା ।

Related posts

ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

October 30, 2026
ପାକିସ୍ତାନରେ ଗ୍ୟାସ ମହଙ୍ଗା, ୭ ହଜାରରେ…

ପାକିସ୍ତାନରେ ଗ୍ୟାସ ମହଙ୍ଗା, ୭ ହଜାରରେ…

October 25, 2026

ସଂସଦର ୨ଟି ଗୃହ ଉପରକୁ ଟ୍ରମ୍ପଙ୍କ କଣ୍ଟ୍ରୋଲ୍ ଗଲା । ଆମେରିକା ମିଡଟର୍ମ ନିର୍ବାଚନରେ ଟ୍ରମ୍ପ ଫେଲ୍ ହୋଇଛନ୍ତି । ଉଭୟ ଗୃହରେ ରିପବ୍ଲିକାନ୍ ସଂଖ୍ୟାଗରିଷ୍ଠତା ହରାଇଛି । ଗତ ୫୦ ବର୍ଷ ମଧ୍ୟରେ କେବଳ ଦୁଇଥର ସମାନ ନିର୍ବାଚନରେ ଦୁଇ ଗୃହ ମଧ୍ୟରେ ନିୟନ୍ତ୍ରଣ ପରିବର୍ତ୍ତନ ହୋଇଛି । ପ୍ରାୟ ୯ ମାସ ପୂର୍ବେ ଆମେରିକାର ରାଷ୍ଟ୍ରପତି ଇରାନର ରାଜଧାନୀ ତେହେରାନରେ ଶାସନ ପରିବର୍ତ୍ତନର ସ୍ୱପ୍ନ ଦେଖୁଥିଲେ ।

ସେହି ଇଚ୍ଛାରେ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସେହି ଯୁଦ୍ଧ ଆମେରିକା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଚୂର୍ଣ୍ଣ କରିଦେଇଛି । ମଧ୍ୟବର୍ତ୍ତୀ ନିର୍ବାଚନରେ ଖରାପ ପରାଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି କଂଗ୍ରେସର ଉଭୟ ଗୃହ (ସଂସଦ) – ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଏବଂ ସିନେଟ୍ ଉପରେ ନିୟନ୍ତ୍ରଣ ହରାଇଛି । ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ।

ଆମେରିକା ରାଜନୀତିରେ ପୁଣି ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ ନେତା । ମିଡଟର୍ମ ନିର୍ବାଚନରେ ଅନେକ ଭାରତୀୟ-ଆମେରିକୀୟ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବାଜି ମାରିଛନ୍ତି ଭାରତୀୟ ବଂଶୋଦ୍ଭବ ପିଆ ଦାଣ୍ଡିୟା । ଫ୍ଲୋରିଡାର ୨୨ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ପିଆ ଦାଣ୍ଡିୟା ।

ମେରାଇନ୍ ଭେଟେରାନ୍ କେସି ଆସ୍କରଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ ଫଳାଫଳ ଅନୁସାରେ ପିଆଙ୍କୁ ୫୧.୯ ପ୍ରତିଶତ ଭୋଟ୍ ମିଳିଛି । ପୂର୍ବରୁ ହାଇସ୍କୁଲ ପ୍ରିନ୍ସିପାଲ୍ ଭାବେ କାର୍ଯ୍ୟ କରିଥିବା ପିଆ ଏବେ ଆମେରିକାର ନୂଆ ଭାରତୀୟ-ଆମେରିକୀୟ ମହିଳା କଂଗ୍ରେସ ସଦସ୍ୟା ହୋଇଛନ୍ତି । ଅନ୍ୟପଟେ ଓହାୟୋରେ ଗଭର୍ଣ୍ଣର ପଦ ପାଇଁ ବିବେକ ରାମସ୍ୱାମୀଙ୍କ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଥିଲା କିନ୍ତୁ ସେ ପରାସ୍ତ ହୋଇଛନ୍ତି ।

Tags: Dolald trumpmid election

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଆସନ୍ତା ୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ନବୀନ
  • ଗିଡ଼ିପାବାଲିରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ: ନିଖୋଜଙ୍କ ଅନ୍ତିମ ସଂସ୍କାର କରିବେ ପରିବାର
  • ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.