ଭୁବନେଶ୍ୱର : ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିଶ୍ଚୟ ମିଳିବ କ୍ଷତିପୂରଣ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଆହୁରି କହିଛନ୍ତି , କୌଣସି ଚାଷୀ ବ୍ୟସ୍ତ ବିବ୍ରତ ହେବାର ନାହିଁ । ଟୋକନ ଅବଧି ପାଇଁ ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ମାର୍ଚ୍ଚ ଯାଏଁ ଧାନମଣ୍ଡି ଖୋଲାଥିବାରୁ ବ୍ୟସ୍ତ ହେବାର ନାହିଁ କହିଛନ୍ତି ମନ୍ତ୍ରୀ ।