Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

ଆଜିଠୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଦୁଲୁକିବ ମଞ୍ଚ

Sanchar Live by Sanchar Live
February 6, 2025
in ମନୋରଞ୍ଜନ
0
Oplus_131072

Oplus_131072

0
SHARES
36
VIEWS
Facebook
Twitter

ନାଟ୍ୟପ୍ରେମୀ ହେବେ ଖଣ୍ଡଗିରିମୁହାଁ । ବର୍ଷ ତମାମ୍‌ ଚାହିଁରହିବାର ଘଟିବ ଅନ୍ତ । ଗୁରୁବାରଠୁ  ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲ୍‌ୱା ।  ଖାଲି ନାଟକପ୍ରେମୀ ନୁହନ୍ତି ସେମାନଙ୍କୁ  ମନୋରଞ୍ଜନର ଖୋରାକ୍‌ ଯୋଗାଇବାକୁ  ଅପେକ୍ଷାରତ କଳାକାରଙ୍କର ବି ଆଜି  ହେଉଛି ବିଶେଷ ମୁହୂର୍ତ୍ତର ଦିନ । ଏଇଠୁ ସେମାନଙ୍କ କଳାନୈପୁଣ୍ୟର ପରାକାଷ୍ଠା  ସମଗ୍ର ଓଡ଼ିଶା ଦେଖିବ । ସନ୍ଧ୍ୟାରୁ  ଗହଳଚହଳ ଜମି ଆସିବା ପରେ ମେଳା  ବୁଲା ସାଙ୍ଗକୁ ମଞ୍ଚମନସ୍କ ହେବେ ଦର୍ଶକ ।  ୭ଟି ପେଣ୍ଡାଲ୍‌ରେ ଦୁଇଟି ପର୍ଯ୍ୟାୟରେ  ୧୩ଟି ନାମୀ ଅପେରା ପାର୍ଟି ନାଟକ  ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ  ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ ।

ଗୁରୁବାର ମହତାବ ପେଣ୍ଡାଲ୍‌ରେ  ଯାତ୍ରା ମଇଦାନକୁ ଓହ୍ଲାଇବ ‘ନାଟ୍ୟ ସମ୍ରାଟ  ପୃଥ୍ୱୀରାଜ’ । ପ୍ରଥମ ରାତିରେ ପାର୍ଟି ସାରା  ଓଡ଼ିଶାରେ ଚହଳ ସୃ୍‌ଷ୍ଟି କରିଥିବା ଯାତ୍ରା ୟୁନିକ୍‌  ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ  ‘ରାଜଧାନୀର ରାଜନୀଗନ୍ଧା’ ମଞ୍ଚସ୍ଥ କରିବ । ଚର୍ଚ୍ଚିତ ନାୟିକା ରାଣୀ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ  କରୁଥିବା ବେଳେ ସାଇ ପାୟଲ, ସପନି, ଟିକିଲି,  ଜୁନିଅର କୈଳାଶ ବେହେରା ପ୍ରମୁଖଙ୍କ ଭଳି  କଳାକାରଙ୍କୁ ନେଇ ପାର୍ଟି ପୂରା ଦମ୍‌ରେ ଲଢ଼ିବ ।  ସନାତନ ସେବା ସମିତି ଘାଟିକିଆ ପେଣ୍ଡାଲ୍‌ରେ  ପ୍ରଥମେ ‘ସୂର୍ଯ୍ୟମନ୍ଦିର’ ନାଟକ ମଞ୍ଚସ୍ଥ କରିବ ଦୀପକ  ଜେନାଙ୍କ ରଚିତ ଓ ଗୁରୁ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ  ‘ହାଇଦର’ । ବିଭିନ୍ନ ଭୂମିକାରେ ପିୟୁଷ, ହୃଷି,  କ୍ଷୀତିଶ, ମାମା, ବବୁଲ, ପିଙ୍କି, ଭିକାରୀ, ଝରଣା,  ନିଲୁଆ, ରବି ବ୍ରହ୍ମା ଏବଂ ରଜତ ପ୍ରମୁଖଙ୍କ ଦମ୍‌ଦାର  ଅଭିନୟ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିବ ।

Related posts

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

November 4, 2026
୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

November 3, 2026

ଇନ୍ଦିରା ସାଂସ୍କୃତିକ ପରିଷଦ ଜାଗମରାରେ  ନାଚିବ ‘ଶିବାନୀ ଗଣନାଟ୍ୟ’ । ପାର୍ଟି ନିହାର ରଞ୍ଜନ  ମହାନ୍ତିଙ୍କ ରଚିତ ଓ ପ୍ରଶାନ୍ତ ନାୟକ ଓରଫ ବଳିଆ  ସାର୍‌ଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ନାଟକ ‘ହା କୃଷ୍ଣ  ବୋଲି ଯାଉ ଜୀବ’ମଞ୍ଚସ୍ଥ କରିବ । ନାଟକରେ ଗୌର  ଦାସ, କାବେରୀ, ଗୌରାଙ୍ଗ ସେନାପତି, ଟାହିଆ,  ବ୍ରଜ ପାଣି ପ୍ରମୁଖ ଭେଟେରାନ୍‌ କଳାକାରଙ୍କୁ ନେଇ  ମଇଦାନକୁ ଓହ୍ଲାଉଛି । କେସିଏ ପଡ଼ିଆ ଜୟଦୁର୍ଗା  ମଣ୍ଡପରେ ‘ବିଶ୍ୱ ଦରବାର ହଇଚଇ କରିବ ।  ଅଜୟ ସ’ଙ୍କ ରଚିତ ଓ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶିତ  ନାଟକ ‘କହିବାକୁ ଲାଜ ଶୁଣିଲେ ପାପ’କୁ ନେଇ ଯାତ୍ରା ମଇଦାନକୁ ଓହ୍ଲାଇବ । ମୁଖ୍ୟ ଭୂମିକାରେ  ଲରେନ୍ସ, ମୁନୁ ପଣ୍ଡା, ଦୁର୍ଦ୍ଦାନ୍ତ ଖଳନାୟକ ସଞ୍ଜୟ  ଭୋଳ, ଗୌର ପାଢ଼ୀ, ସରୋଜ ମହାପାତ୍ର, ମାମା,  ତୁଳସୀ, ସୁକାନ୍ତୀ ପାଢ଼ୀ, ଭାରତୀ, ମାତନ ଓ ଲିଙ୍କା  ପ୍ରମୁଖଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ ।

ସେହିପରି ୭ ତାରିଖରୁ କେସିଏ ପଡ଼ିଆରେ  ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ମଞ୍ଚରେ ଖେଳିବ  ‘ଦୁର୍ଗା ମନ୍ଦିର’ । ପାର୍ଟି ସୁକାନ୍ତ ମଲ୍ଲିକଙ୍କ ରଚିତ ଓ  ଲାଲା ବୀରେନ୍‌ ରାୟଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ନାଟକ  ‘ଡିଏସ୍‌ପି ଦୁର୍ଗା’କୁ ନେଇ ମଇଦାନକୁ ଓହ୍ଲାଇବ ।  ନାଟକର ମୁଖ୍ୟ ଭୂମିକାରେ ଚର୍ଚ୍ଚିତ ନାୟିକା ଡଲି ଭୂୟାଁ,  ଆକାଶ, ଜୀବନକବି, ଭିଲେନ୍‌ ରଣଜିତ, ବିରଞ୍ଚି, ଜିନା  ଏବଂ ପଦ ପ୍ରମୁଖ କଳାକାରଙ୍କୁ ନେଇ ଦମ୍‌ ଦେଖାଇବ ।

ସେହିପରି ଜାଗମରା ବିଦ୍ୟୁତ୍‌ ସବ୍‌ଷ୍ଟେସନ  ନିକଟ ପଡ଼ିଆରେ ବରମୁଣ୍ଡା ବାବା ନୀଳକଣ୍ଠେଶ୍ୱର  ଯାତ୍ରା କମିଟି ପକ୍ଷରୁ ୭ରୁ ନାଚିବ ‘ଅପେରା ଯାଜ୍ଞସେନୀ’ । ପାର୍ଟି ଜୀବନ ଜେନାଙ୍କ ରଚିତ ଓ  ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶିତ ନାଟକ ‘ପାଞ୍ଚ ପତିରେ  ମୁଁ ସତୀ’କୁ ନେଇ ମଇଦାନକୁ ଓହ୍ଲାଇବ। ବିଭିନ୍ନ  ଭୂମିକାରେ ଶଙ୍ଖାଳି, ମିନୁ ମହାପାତ୍ର, ଉତ୍ତମ,  ନୀଲ, ବର୍ଷା ଆଦିକନ୍ଦ, କେଞ୍ଚୁଆ, ବିରଞ୍ଚି ପ୍ରମୁଖ  କଳାକାରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ

Tags: jatrakhandagiri

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.