ସଂଚାର ବ୍ୟୁରୋ: ପାଣି ପିଇବାକୁ ମାଗି ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ। ମହିଳାଙ୍କ ଶରୀର ଅଧାରୁ ଅଧିକ ପୋଡ଼ି ଯାଇଥିବାବେଳେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜଟଣୀ ଥାନା ପାଇକରାପୁର ଗାଁରୁ ଆସିଛି ଏଭଳି ଖବର। ସେହି ଗ୍ରାମର ଶ୍ରୀଧର ବେହେରାଙ୍କ ଭାଇ ବୋହୂଙ୍କୁ କେହି ଜଣେ ଅପରିଚିତ ବ୍ୟକ୍ତି ପାଣି ପିଇବାକୁ ମାଗିଲା। ପାଣି ଦେବା ସମୟରେ ତାଙ୍କ ଉପରକୁ ନିଆଁ ଲଗାଇ ଦେଲା। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମହିଳା ଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏ ସଂପର୍କ ରେ ଖବର ପାଇ ଜଟଣୀ ପୋଲିସ ଦୁର୍ବୃତ୍ତ କୁ ଧରି ତଦନ୍ତ କରୁଛି। କେଂଉ କାରଣ ରୁ ଦୁର୍ବୃତ୍ତ ଜଣଙ୍କ ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ କଲା ତାହା ସ୍ପଷ୍ଟ ହୋଇନି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମହିଳା ଜଣଙ୍କ ନିଜ ଜୀବନ ରକ୍ଷା ପାଇଁ ଏମ୍ସ ମେଡିକାଲ୍ ରେ ସଂଗ୍ରାମ କରୁଛନ୍ତି। ଘଟଣା ସ୍ଥଳ ରେ ସାଇଣ୍ଟ ଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି