ଭାରତ, ୱେଷ୍ଟଇଣ୍ଡିଜ୍କୁ ଦ୍ଵିତୀୟ ଟେଷ୍ଟରେ ୭ ୱିକେଟ୍ରେ ପରାସ୍ତ କରିଛି । ଭାରତକୁ ୧୨୧ ରନ୍ ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ୍ ଦେଇଥିଲା । ଯାହାକୁ ଭାରତ ୩ ୱିକେଟ୍ ହରାଇ ହାସଲ କରି ନେଇଛି । ଦ୍ଵିତୀୟ ଇନିଂସରେ କେଏଲ୍ ରାହୁଲ ଅପରାଜିତ ୫୮ ରନ୍ର ପାଳି ଖେଳିଥିବା ବେଳେ ସାଈ ସୁଦର୍ଶନ ୩୯ ରନ୍ କରିଥିଲେ ।
ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ପାଳି ଓ ୧୪୦ ରନ୍ରେ ଜିତିଥିଲା । ଆଉ ଏବେ ଦ୍ଵିତୀୟ ଟେଷ୍ଟକୁ ଭାରତ ୭ ୱିକେଟ୍ରେ ଜିତି ନେବା ସହ ୨-୦ରେ ସିରିଜ୍ ବିଜୟୀ ହୋଇଛି । ସମ୍ପୂର୍ଣ୍ଣ ସିରିଜ୍ରେ ଦେଖିବାକୁ ମିଳିଛି ସିରାଜ୍ଙ୍କ ରାଜ୍ ।
ଦିଲ୍ଲୀ ଟେଷ୍ଟରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଭାରତ ୫ ୱିକେଟ୍ ହରାଇ ୫୧୮ ରନ୍ରେ ଇନିଂସ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସୱାଲ୍ ୧୭୫ ରନ୍ କରିଥିବା ଅଧିନାୟକ ଶୁବମନ ଗିଲ୍ ଅପରାଜିତ ୧୨୯ ରନ୍ ଯୋଡ଼ିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ୱାକରିନ୍ ସର୍ବାଧିକ ୩ଟି ୱିକେଟ୍ ହାତେଇଥିଲେ ।
ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୨୪୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ଏଲିକ ଏଥନାଜ ୪୧ ରନ୍ ସାଈ ହୋପ ୩୮ ରନ୍ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୫ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ୍ ନେଇଥିଲେ ।
