ସଂଚାର ବ୍ୟୁରୋ: ବାଦଲ ଫଟା ବର୍ଷାରେ କେତେ କ୍ଷତିଗ୍ରସ୍ତ ହୋଇଛି ହିମାଚଳ ପ୍ରଦେଶ ଧୀରେ ଧୀରେ ତାର ଚିତ୍ର ସାମନାକୁ ଆସୁଛି। ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ଏହି ରାଜ୍ୟ । ବିଶେଷ କରି ମଣ୍ଡି ଅଞ୍ଚଳର ପୁରା ଛିନଛତ୍ର ହୋଇ ଯାଇଛି। ଏମିତି ଗୋଟିଏ ଘର ନାହିଁ, ଯାହା କ୍ଷତିଗ୍ରସ୍ତ ହୋଇ ନାହିଁ। ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଘର ଦ୍ଵାର ତ ସବୁ ବାଦଲ ଫଟା ବର୍ଷା ଧୋଇ ନେଇଛି, ଏବେ ସେମାନେ ରହିବେ କେଉଁଠି, ଖାଇବେ କଣ ସେହି ଚିନ୍ତା ଘାରିଲାଣି। କେବଳ ଘରଦ୍ଵାର ନୁହେଁ, ଚାଷ ବାସ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏବର୍ଷର ସେଓ ଚାଷ ପୁରା ଧୋଇ ଯାଇଛି। ଏପରିକି ୧୦-୧୫ ବର୍ଷର ଗଛ ବି ଭାଙ୍ଗି ଯିବାରୁ ନିରାଶ ହୋଇଛନ୍ତି ଚାଷୀ। ବାଦଲଫଟା ବର୍ଷାରେ ଏ ପର୍ଯ୍ୟନ୍ତ ୭୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆହୁରି ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି ବାଦଲ ଫଟା ବର୍ଷାରେ ହିମାଚଳ ପ୍ରଦେଶରେ ୭୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। …