Wednesday, November 4, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଆଜି ୪ଘଣ୍ଟା ବନ୍ଦ ରହିବ ଜଗାଦର୍ଶନ

Sanchar Live by Sanchar Live
November 4, 2026
in ଓଡିଶା
0
0
SHARES
8
VIEWS
Facebook
Twitter

ଆଜି ୪ଘଣ୍ଟା ବନ୍ଦ ରହିବ ଜଗାଦର୍ଶନ… ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ବୁଧବାର କାର୍ତ୍ତିକ, କୃଷ୍ଣ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ମଧ୍ୟରେ ଅନ୍ୟତମ ପ୍ରମୁଖ ନୀତି ହେଉଛି ବନକଲାଗି ନୀତି । ଏହି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରାଯାଏ । ଏହି ନୀତି ସମୟରେ ଶ୍ରୀଜିଉମାନଙ୍କ ଦିବ୍ୟ ରୂପ ଆହୁରି ଆକର୍ଷଣୀୟ ଓ ମନୋରମ ହୋଇଥାଏ ।

Related posts

ଭିଏଏମ୍ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

ଭିଏଏମ୍ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

November 3, 2026
ନେରିଡ଼ିୱାଲସାରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ

ନେରିଡ଼ିୱାଲସାରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ

November 3, 2026

ବନକଲାଗି ନୀତି ପାଇଁ ପାରମ୍ପରିକ ଭାବେ ହିଙ୍ଗୁଳ, ହରିତାଳ, କଳା, ଧଳା ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ । ଦତ୍ତମହାପାତ୍ର ସେବକମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ଏହି ଶୃଙ୍ଗାର କାର୍ଯ୍ୟ ସମ୍ପାଦନ କରନ୍ତି । ଏହି ସମୟରେ ଶ୍ରୀଜିଉମାନଙ୍କ ଶ୍ରୀମୁଖରେ ରଙ୍ଗ ଲଗାଯାଇ ଆଖି, ମୁହଁ ଓ ଅନ୍ୟାନ୍ୟ ଅଙ୍ଗର ବିଶେଷ ଶୃଙ୍ଗାର କରାଯାଏ ।

ବନକଲାଗି ନୀତି ଚାଲିଥିବା ସମୟରେ ସାଧାରଣତଃ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିଥାଏ । ନୀତି ସମାପ୍ତ ହେବା ପରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିଥାଏ । ଏହି ପବିତ୍ର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଶ୍ରଦ୍ଧା ଦେଖିବାକୁ ମିଳେ ।

ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ସେବାପୂଜା ବ୍ୟବସ୍ଥାରେ ବନକଲାଗି ନୀତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ଏହି ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକତା ଓ ପାରମ୍ପରିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ ।

ସେପଟେ ପୁରୀ ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ମଞ୍ଜୁର ହେଲା ୩ କୋଟି ୩୦ ଲକ୍ଷ ଟଙ୍କା । ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ହବିଷ୍ୟାଳୀ ମା’ । ଏହି ଅବସରରେ ହବିଷ୍ୟାଳୀଙ୍କ ସୁବିଧା ଓ ସୁପରିଚାଳନା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ କୋଟି ୩୦ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦନ କରାଯାଇଛି ।

ମାସସାରା ପୁରୀରେ ରହୁଥିବା ହବିଷ୍ୟାଳୀ ମା’ମାନଙ୍କ ସୁରକ୍ଷିତ ରହଣି, ମହାପ୍ରସାଦ ସେବନ ଏବଂ ଭଜନ-କୀର୍ତ୍ତନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦର୍ଶନାର୍ଥୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗାଡ଼ି ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, ବିଦ୍ୟୁତ ଓ ସ୍ୱାସ୍ଥ୍ୟସେବା କୁ ସୁନିଶ୍ଚିତ କରାଯାଇଛି, ଯେପରି ବ୍ରତ ପାଳନ ସମୟରେ କୌଣସି ଅସୁବିଧା ନ ହୁଏ ।  ସରକାରଙ୍କ ଏହି ବ୍ୟାପକ ବ୍ୟବସ୍ଥା ଯୋଗୁଁ ହବିଷ୍ୟାଳୀ ମା’ମାନେ ନିଷ୍ଠାର ସହ ନିଜର କାର୍ତ୍ତିକ ବ୍ରତ ସମ୍ପାଦନ କରୁଛନ୍ତି ।.

Tags: jay jaganathtemplepuri

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି
  • ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ନଭେମ୍ବର ଆରମ୍ଭରୁ AQI ୪୦୦ ପାର
  • ଆଜି ୪ଘଣ୍ଟା ବନ୍ଦ ରହିବ ଜଗାଦର୍ଶନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.