Wednesday, November 4, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ନଭେମ୍ବର ଆରମ୍ଭରୁ AQI ୪୦୦ ପାର

Sanchar Live by Sanchar Live
November 4, 2026
in ଭାରତ
0
0
SHARES
9
VIEWS
Facebook
Twitter

ନଭେମ୍ବର ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୭୩ ରେକର୍ଡ କରାଯାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଥିବା ବେଳେ କେତେକ ସ୍ଥାନରେ ପ୍ରଦୂଷଣ ସ୍ତର ୪୫୦ ଉପରେ ପହଞ୍ଚିଛି । ଫଳରେ ସାଧାରଣ ଲୋକ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ।

ପଞ୍ଜାବୀ ବାଗରେ ସର୍ବାଧିକ ୪୫୨ AQI ରେକର୍ଡ ହୋଇଥିବା ବେଳେ ଜାହାଙ୍ଗୀରପୁରୀରେ ୪୫୦ ଏବଂ IIT ଦିଲ୍ଲୀରେ ୪୪୬ ରହିଛି । ସେହିପରି ରୋହିଣୀରେ ୪୩୫, ମୁଣ୍ଡକାରେ ୪୪୦, DTUରେ ୪୩୪, ପୁସା (IITM)ରେ ୪୨୯ ଏବଂ ଆରକେ ପୁରମରେ ୪୨୩ AQI ରେକର୍ଡ କରାଯାଇଛି । ଆଲିପୁରରେ ୪୨୧, ITO ଓ ନରେଲାରେ ୪୧୮, ପଟପଡ଼ଗଞ୍ଜରେ ୪୧୫ ଏବଂ ମନ୍ଦିର ମାର୍ଗ ଓ ନର୍ଥ କ୍ୟାମ୍ପସରେ ୪୧୩ AQI ରହିଛି । ଅନ୍ୟପଟେ ବାୱାନାରେ ୪୧୦ ଏବଂ ଜବାହରଲାଲ ନେହରୁ ଷ୍ଟାଡିୟମରେ ୪୦୬ AQI ରେକର୍ଡ ହୋଇଛି ।

Related posts

ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

November 4, 2026
ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

November 3, 2026

ରାଜଧାନୀର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି । ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଏବଂ ଦ୍ୱାରକା ସେକ୍ଟର-୮ରେ AQI ୩୯୮ ରେକର୍ଡ ହୋଇଛି । CRRI ମଥୁରା ରୋଡ୍ ଓ ପୁସା (DPCC)ରେ ୩୯୨, JNUରେ ୩୯୧ ଏବଂ ବୁରାଡ଼ି କ୍ରସିଂରେ ୩୯୦ AQI ରହିଛି । କମନୱେଲଥ ସ୍ପୋର୍ଟସ କମ୍ପ୍ଲେକ୍ସରେ ୩୮୪, ନିହ ନରେଲାରେ ୩୮୨, ଆୟା ନଗରରେ ୩୭୯ ଏବଂ ନଜଫଗଡ଼ରେ ୩୭୬ AQI ରେକର୍ଡ କରାଯାଇଛି । IGI ବିମାନବନ୍ଦର ଟର୍ମିନାଲ-୩ରେ ୩୫୮ ଏବଂ ବୁରାଡ଼ିରେ ୩୫୫ AQI ରହିଛି ।

ବାୟୁ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ, AQI ୨୦୧ରୁ ୩୦୦ ମଧ୍ୟରେ ରହିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ଖରାପ ଏବଂ ୪୦୦ରୁ ଅଧିକ ହେଲେ ଗମ୍ଭୀର ଶ୍ରେଣୀରେ ଗଣାଯାଏ । ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଦିଲ୍ଲୀରେ GRAP-2 କଟକଣା ଲାଗୁ କରାଯାଇଛି । ଏହା ଅଧୀନରେ ପ୍ରଦୂଷଣ ସୃଷ୍ଟି କରୁଥିବା କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଲଗାଯାଇଛି । ଖୋଲା ସ୍ଥାନରେ ଆବର୍ଜନା କିମ୍ବା ଅନ୍ୟ ସାମଗ୍ରୀ ଜାଳିବା ଏବଂ ଧୂଆଁ ସୃଷ୍ଟି କରିବା ଉପରେ କଟକଣା ରହିଛି । ଏଥିସହ ରାସ୍ତାରେ ପାଣି ସିଞ୍ଚନ କରାଯିବା ସହ ବିଭିନ୍ନ ସ୍ଥାନରେ ୱାଟର ଟ୍ୟାଙ୍କର ନିୟୋଜିତ କରାଯାଇଛି ।

ଯାନବାହନରୁ ନିର୍ଗତ ଧୂଆଁ ନିୟନ୍ତ୍ରଣ ପାଇଁ ବୈଧ PUCC ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ଏହାସହ BS6 ମାନଦଣ୍ଡଠାରୁ କମ୍ ମାନର ଗାଡ଼ିର ଦିଲ୍ଲୀ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ଦିଲ୍ଲୀ-ନୋଏଡା ସୀମାରେ ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିକୁ ଜରିମାନା କରାଯିବା ସହ ଫେରାଇ ଦିଆଯାଉଛି ।

Tags: delhipollution

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଆସନ୍ତା ୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ନବୀନ
  • ଗିଡ଼ିପାବାଲିରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ: ନିଖୋଜଙ୍କ ଅନ୍ତିମ ସଂସ୍କାର କରିବେ ପରିବାର
  • ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.