Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସରିଲା ନିର୍ବାଚନ, ଆସିଲା ଏକଜିଟ ପୋଲ

Sanchar Live by Sanchar Live
November 20, 2024
in ଭାରତ, ରାଜନୀତି
0
ସରିଲା ନିର୍ବାଚନ, ଆସିଲା ଏକଜିଟ ପୋଲ

Oplus_131072

0
SHARES
21
VIEWS
FacebookTwitter

ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି।

ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ଏଯାଏ ୭ଟି ସଂସ୍ଥା ସେମାନଙ୍କର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟରୁ ୩ଟି ସଂସ୍ଥାର କହିବା କଥା ଯେ ମହାରାଷ୍ଟ୍ରରେ ଝୁଲା ବିଧାନସଭା ହୋଇପାରେ।

ଏପରି ସ୍ଥିତିରେ ସ୍ୱାଧୀନ କିମ୍ବା ଛୋଟ ଛୋଟ ଦଳର ବିଧାୟକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ୩ ସଂସ୍ଥା ଝୁଲା ବିଧାନସଭା କଥା କହିଥିଲେ ହେଁ ବିଜେପି ମେଣ୍ଟର ପଲ୍ଲା ଭାରି ରହିବ ବୋଲି ମଧ୍ୟ କହିଛନ୍ତି।

ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।

ଏହି ସଂସ୍ଥା ଆହୁରି କହିଛି ଯେ ମହାରାଷ୍ଟ୍ରରେ ବିଜେପି ଏକାକୀ ୮୯ରୁ ୧୦୧, କଂଗ୍ରେସ ୩୯ରୁ ୪୭, ଶିବସେନା ୩୭ରୁ ୪୫, ଏନସିପି(ଶରଦ ପାୱାର) ୩୫ରୁ ୪୩, ଶିବସେନା(ଉଦ୍ଧବ ଠାକରେ) ୨୧ରୁ ୨୯ ଓ ଏନସିପି(ଅଜିତ ପାୱାର) ୧୭ରୁ ୨୬ଟି ଆସନ ଜିତିବ।

ପି-ଏମଆରକ୍ୟୁ ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତିବେ।

ପିପୁଲ୍ସ ପ୍ଲସ କହିଛି ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୭୫ରୁ ୧୯୫, ଏମଭିଏ ୮୫ରୁ ୧୧୨ ଓ ଅନ୍ୟାନ୍ୟ ଦଳ ୭ରୁ ୧୨ଟି ଆସନ ପାଇବେ।

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ବିଜେପି ମେଣ୍ଟ ୧୫୨ରୁ ୧୬୦, ଏମଭିଏ ୧୩୦ରୁ ୧୩୮ ଓ ଅନ୍ୟାନ୍ୟ ଦଳ ୬ରୁ ୮ଟି ଆସନ ଜିତିବେ।

ସ୍ଥାନୀୟ ଏଜେନ୍ସି ଲୋକସାହି ମରାଠୀ-ରୁଦ୍ରର ଏକଜିଟ ପୋଲ କିନ୍ତୁ ଭିନ୍ନ କଥା କହୁଛି। ସଂସ୍ଥାର କହିବା କଥା ଯେ ଏଠାରେ କୌଣସି ରାଜନୀତିକ ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୪୫ ମିଳିବ ନାହିଁ। ବିଜେପି ମେଣ୍ଟ ୧୨୮ରୁ ୧୪୨, ଏମଭିଏ ୧୨୫ରୁ ୧୪୦ ଓ ଅନ୍ୟାନ୍ୟ ଦଳ ୧୮ରୁ ୨୩ଟି ଆସନ ଜିତିବେ।

ଦୈନିକ ଭାସ୍କରର ଏକଜିଟ ପୋଲ କହୁଛି ଯେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୨୫ରୁ ୧୪୦, ଏମଭିଏ ୧୩୫ରୁ ୧୫୦ ଓ ଅନ୍ୟାନ୍ୟ ଦଳ ୨୦ରୁ ୨୫ଟି ଆସନ ପାଇବେ।

ଟାଇମ୍ସ ନାଓଁ-ଜେଭିସି କହିଛି, ବିଜେପି ୧୫୦ରୁ ୧୬୭, ଏମଭିଏ ୧୦୭ରୁ ୧୨୫ ଓ ଅନ୍ୟାନ୍ୟ ଦଳ ୧୩ରୁ ୧୪ଟି ଆସନ ଜିତିବେ।

ଏହି ସବୁ ସଂସ୍ଥାର ପୋଲ ଅଫ ଏକଜିଟ ପୋଲକୁ ଦେଖିଲେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୫୩, ଏମଭିଏ ୧୨୬ ଓ ଅନ୍ୟାନ୍ୟ ଦଳ ୯ଟି ଆସନ ଜିତିବେ।

 

ShareTweetShareSend
Sanchar Live

Sanchar Live

Next Post
ଜଳ ଦସ୍ୟୁଙ୍କୁ ଜଗିବ ଡ୍ରୋନ୍

ଜଳ ଦସ୍ୟୁଙ୍କୁ ଜଗିବ ଡ୍ରୋନ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.