ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଦାନ ହୁଣ୍ଡି ଖୋଲିଛି। ମନ୍ଦିରରେ ଥିବା ୨ଟି ଦାନ ହୁଣ୍ଡି ମଧ୍ୟରୁ ଗୋଟିଏ ହୁଣ୍ଡି ଖୋଲାଯାଇଛି। ଦାନ ହୁଣ୍ଡିରୁ ପ୍ରାୟ ୨୧ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି। ସିସିଟିଭି ଓ ପୋଲିସ ପ୍ରଶାସନର କଡା ସୁରକ୍ଷା ବଳୟ ମଧ୍ୟରେ ଦାନ ହୁଣ୍ଡି ଟଙ୍କା ଗଣତି ହୋଇଥିଲା। କାକଟପୁର ତହସିଲଦାର , ଅସ୍ତରଙ୍ଗ ତହସିଲଦାର , ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ , କାକଟପୁର ଥାନା ଅଧିକାରୀ , ସେବକ ସମିତି,ମା ମଙ୍ଗଳା ଟ୍ରଷ୍ଟ କର୍ମଚାରୀ, ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତରେ ଗଣତି କରାଯାଇଥିଲା। ଗତ ୬ମାସ ତଳେ ପ୍ରାୟ ୨୭ଲକ୍ଷ ଟଙ୍କା ଗଣତିରେ ମିଳିଥିଲା।