Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ମାତ୍ରାଧିକ ଚକୋଲେଟ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ଏହିସବୁ ସମସ୍ୟା

Sanchar Live by Sanchar Live
November 6, 2024
in ଜୀବନ ଶୈଳୀ
0
ମାତ୍ରାଧିକ ଚକୋଲେଟ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ଏହିସବୁ ସମସ୍ୟା

Oplus_131072

0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ଚକୋଲେଟ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଖରାପ ଖବର । ପୂର୍ବରୁ ଯେକୌଣସି ଉତ୍ସବ ହେଉ କି ଖୁସି ଖବର ଆସିଲେ ମିଠା ଖାଇବାକୁ ପ୍ରାୟତଃ ସମସ୍ତଙ୍କର ଅଭ୍ୟାସ ଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିଛି । ବର୍ତ୍ତମାନ ଖୁସି ସମୟରେ ଲୋକମାନେ ମିଠା ବଦଳରେ ଚକୋଲେଟ ଖାଇବାକୁ ପସନ୍ଦ କରୁଛନ୍ତି । ଅନେକ ଲୋକ ଚକୋଲେଟକୁ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ଭାବନ୍ତି, ଫଳରେ ଚକୋଲେଟକୁ ପ୍ରଚୁର ପରିମାଣରେ ଖାଇଥାନ୍ତି ।

ତେବେ ନିକଟରେ ଆମେରିକାର ବୈଜ୍ଞାନିକଙ୍କ ଦ୍ୱାରା ଏକ ପରୀକ୍ଷଣରୁ ଯାହା ଜଣାପଡିଛି ତାହା ଚକୋଲେଟ ପ୍ରେମୀଙ୍କ ପାଇଁ ଖରାପ ଖବର । ପରୀକ୍ଷଣରୁ ଅନେକ ଚକୋଲେଟରେ ବିଷାକ୍ତ ଧାତୁ ମିଳିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।
ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ ଆମେରିକାର ୱାଶିଂଟନ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଅନେକ ଚକୋଲେଟ ଉତ୍ପାଦରେ ଅତ୍ୟଧିକ ପରିମାରଣର ବିଷାକ୍ତ ଧାତୁ ସୀସା ଏବଂ କ୍ୟାଡମିୟମ୍ ମିଳିଥିଲା ।

ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ୮ବର୍ଷ ଧରି କୋକୋରୁ ପ୍ରସ୍ତୁତ ୭୨ଟି ଚକୋଲେଟ ଉତ୍ପାଦକୁ ନେଇ ବିଶ୍ଲେଷଣ କରିଥିଲେ । ଯେଉଁଥିରେ ଡାର୍କ ଚକୋଲେଟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ୪୩ପ୍ରତିଶତ ଚକୋଲେଟ ଉତ୍ପାଦରେ ସୀସା ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମାତ୍ରାରେ ଥିବାବେଳେ ୩୫ ପ୍ରତିଶତ ଦ୍ରବ୍ୟରେ କ୍ୟାଡମିୟମ୍ ପରିମାଣ ଆବଶ୍ୟକତାଠାରୁ ଅଧିକ ଥିଲା । ଚିନ୍ତାର କାରଣ ହେଉଛି ଜୈବିକ ପଦାର୍ଥରେ ଅଧିକ ବିଷାକ୍ତ ଧାତୁ ମିଳିଥିଲା ।

ଗବେଷକମାନେ କହିଛନ୍ତି ଯେ, ଚକୋଲେଟ୍ ଉତ୍ପାଦ ଗୁଡିକରେ ଏହି ଧାତୁ ମାଟିରୁ କିମ୍ବା ଉତ୍ପାଦନ ସମୟରେ ହୋଇପାରେ । ଏହି ପରୀକ୍ଷଣରେ ବିଭିନ୍ନ ବ୍ରାଣ୍ଡର ଚକୋଲେଟ୍ ଏବଂ ବିଭିନ୍ନ ପ୍ରକାରର ଚକୋଲେଟକୁ ନେଇ କରାଯାଇଥିଲା । ଅନେକ ଉତ୍ପାଦରେ ବିଷାକ୍ତ ଧାତୁର ସ୍ତର ଅଧିକ ଥିବା ଜଣାପଡିବା ପରେ ଚିନ୍ତାର କାରଣ ପାଲଟିଛି ।

ସୀସା ଏକ ଅତ୍ୟଧିକ ବିଷାକ୍ତ ଉପାଦାନ, ଯାହା ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇପାରେ । ଏହାର ସଂସ୍ପର୍ଶରେ ଆସିଲେ ସ୍ନାୟୁ ପ୍ରଣାଳୀ, କିଡନୀ ଏବଂ ହାର୍ଟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ବିଷାକ୍ତ ପଦାର୍ଥ ପିଲାଙ୍କ ଶରୀରରେ ପହଞ୍ଚିବା ମାତ୍ରେ ମାନସିକ ବିକାଶ ଉପରେ ପ୍ରଭାବ ପକାଇପାରେ । ସେହିପରି କ୍ୟାଡମିୟମ୍ ମଧ୍ୟ ଏକ ବିଷାକ୍ତ ଧାତୁ ହୋଇଥିବାରୁ କିଡନୀ ଏବଂ ହାଡକୁ ପ୍ରଭାବିତ କରିପାରେ । ଏହା ସଂସ୍ପର୍ଶରେ ଦୀର୍ଘ ସମୟ ଆସିବା ଦ୍ୱାରା ହାଡ ଦୁର୍ବଳ ଏବଂ କିଡନୀ ରୋଗ ସମେତ ଅନେକ ଗମ୍ଭୀର ରୋଗ ହୋଇପାରେ ।

ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ସମୟରେ ଏହି ପଦାର୍ଥର ଉଚ୍ଚସ୍ତର ଚକୋଲେଟରେ ପ୍ରବେଶ କରିପାରେ । କୋକୋ ଉଦ୍ଭିଦ ଗୁଡିକ ଭୂମିରୁ ବିଷାକ୍ତ ଧାତୁ ଗ୍ରହଣ କରି ଚକୋଲେଟରେ ପ୍ରବେଶ କରିଥାନ୍ତି । ଯଦି ଆପଣ କିମ୍ବା ଆପଣଙ୍କ ପିଲାମାନେ ଅତ୍ୟଧିକ ଚକୋଲେଟ୍ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଚକୋଲେଟ ଖାଇବାର ପରିମାଣକୁ ସୀମିତ କରିବାକୁ ପ୍ରୟାସ କରନ୍ତୁ ।

Tags: chocolatelifestyle
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କେମିତି କଟିବ ଆଜି ?

ଆପଣଙ୍କ ରାଶିରେ ହେବ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେମିତି କଟିବ ଆଜି ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.