ସଂଚାର ବ୍ୟୁରୋ: ଭୁବନେଶ୍ବରରେ ଫୁଟିଲା ବୋମା। ଗତକାଲି ରାତିରେ ସହିଦନଗର ୱିନର୍ସ ଆସୋସିଏସନ ନିକଟରେ ବୋମାମାଡ଼ ହୋଇଛି । ଖଣ୍ଡାଦେଖାଇ ଆତଙ୍କ ସୃଷ୍ଟି କରିବା ସହ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସଂଘବଦ୍ଧ ଭାବେ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା ସୂଚନା ରହିଛି । ଏଥିରେ ଗୋଟିଏ କାର ଓ ଗୋଟିଏ ବାଇକ ନଷ୍ଟ ହୋଇଛି । ଘଟଣାକୁ ନେଇ ସହିଦନଗର ପୋଲିସର ତଦନ୍ତ ଜାରି ରହିଛି । ଆଖ ପାଖରେ ଲାଗିଥିବା ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।

