ସଂଚାର ବ୍ୟୁରୋ: ବିଜେପିରେ ମିଶିଲେ ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସ ଭବନଠାରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି। ଶ୍ରୀ ପାତ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି। ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପଦ୍ମ ଧରିଛନ୍ତି।
ବିଜେଡି ଛାଡ଼ିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ ଅଭିଯୋଗ କରିଛନ୍ତି, ନିର୍ବାଚନରେ ପରାଜିତ ହେବା ପରଠୁ ବିଜେଡି ଆଉ ଲୋକଙ୍କ ସହ ରହୁନି। ଲୋକଙ୍କ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇ ଥିଲେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି ବୋଲି ରୀନା କହିଛନ୍ତି।