ସଂଚାର ବ୍ୟୁରୋ: ନୟାଗଡ଼ ଫତେଗଡ଼ ଜଘନ୍ୟ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମନଙ୍କ ଠାରୁ ୩ଟି ମୋବାଇଲ ସହ ବ୍ୟବହୃତ ଛୁରୀ ଓ ୪୮୦୦ ଟଙ୍କା ଜବତ କରିଛି ପୋଲିସ । ମାମଲାରେ ଏବେ ବି ଜାରି ରହିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତ । ଅଭିଯୋଗ ଅନୁସାରେ ଫତେଗଡ଼ ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁ। ସେମାନେ ଫେରୁଥିବା ବେଳେ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ପୁରୁଷ ବନ୍ଧୁଙ୍କୁ ବାନ୍ଧି ମାଡ଼ ମାରିଥିଲେ ଏବଂ ସେହି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏପରିକି ଭିଡିଓ କରିଥିଲେ ଏବଂ ଯିବାକୁ ଦେଇଥିଲେ। ପରେ କିନ୍ତୁ ଭିଡିଓକୁ ନେଇ ବ୍ଲାକ୍ ମେଲ୍ କରି ଟଙ୍କା ମାଗିଥିଲେ। ଯୁବତୀ ଜଣକ ନ ଆସିବାରୁ ସେହି ଭିଡିଓକୁ ଭାଇରାଲ କରି ଦେଇଥିଲେ। ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ତନାଘନା କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।