ସଂଚାର ବ୍ୟୁରୋ: ଏବେ ଅଷ୍ଟେଲିଆର ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଓଡିଶାରେ ବାତ୍ୟା ଦାନାର ପ୍ରଭାବ କିଛି ପରିମାଣର ପଡିଛି। କିଛି ପରିମାଣର କ୍ଷୟକ୍ଷତି ମଧ୍ୟ ଘଟିଛି। ଭଗବାନ ଜଗନ୍ନାଥଙ୍କ କୁପାରୁ ବଡ ବିପର୍ୟ୍ଯଯର ସାମନା କରିନି ରାଜ୍ଯ। ଜିରୋ କାଜୁଆଲିଟି ହୋଇଥିବା ବେଳେ ରାଜ୍ଯ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ଧର୍ମେନ୍ଦ୍ର। ପ୍ରଭୁ ଜଗନ୍ନାଥ ଏଭଳି ଓଡିଶାବାସୀଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ପ୍ରାକୃତିକ ବିପର୍ୟ୍ଯଯ ବାତ୍ୟାର ମୁକାବିଲାକୁ ଓଡିଶା ସରକାର ସଫଳ ଭାବେ ତୁଲାଇଛନ୍ତି। ଜିରୋ କାଜୁଆଲିଟି ମଧ୍ୟ ରହିଛି। ଯାହାକୁ ବେଶ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।