ସଂଚାର ବ୍ୟୁରୋ: ଶୁକ୍ରବାର ସକାଳ ୮ଟାରୁ ଭୁବନେଶ୍ବର ଏୟାରପୋର୍ଟରେ ବିମାନ ସେବା ସ୍ବାଭାବିକ ହେବ । ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି। ବାତ୍ୟା ଦାନା ପାଇଁ ଗତକାଲି ଅପରାହ୍ଣ ୫ଟାରୁ ଭୁବନେଶ୍ବର ଏୟାରପୋର୍ଟରେ ବିମାନ ସେବା ବନ୍ଦ ରହିଥିଲା । ଆଜି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବାତ୍ୟାର ସ୍ଥିତିକୁ ଦେଖି ସକାଳ ୮ଟାରୁ ବିମାନ ସେବା ଆରମ୍ଭ କରିବାକୁ ବିମାନ ବନ୍ଦର କର୍ତ୍ତୃ୍ପକ୍ଷ ନିଷ୍ପତ୍ତି ନେଇଛନ୍ତି। ବାତ୍ୟା ଦାନା ପାଇଁ କୋଲକାତାରେ ମଧ୍ୟ ବିମାନ ସେବା ବନ୍ଦ ରହିଥିଲା।
ସୂଚନାଯୋଗ୍ୟ ଯେ, ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଛି ବାତ୍ୟା ଦାନା, ଉପକୂଳରେ ରଚିଛି ତାଣ୍ଡବ ଲୀଲା । କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟାର କେନ୍ଦ୍ରସ୍ଥଳ । ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା। ୫ ଧରି ପ୍ରବଳ ବର୍ଷା ପବନ ଲାଗିରହିଥିଲା ।