ମଧ୍ଯପ୍ରଦେଶ ମୋରେନାରେ ବାଣ କାରଖାନାରେ ବଡ଼ଧରଣର ବିସ୍ଫୋରଣ। ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି। କିଛି ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୋରେନାର ଦତ୍ତପୁରା ଅଞ୍ଚଳରେ ଘଟିଛି ବିସ୍ଫୋରଣ। ଏକ କୋଠା ଭିତରେ ବାଣ ପ୍ରସ୍ତୁତି ଚାଲିଥିବାବେଳେ ବିସ୍ଫୋରଣ ଘଟିଥିଲା। ବିପୁଳ ପରିମାଣର ବିସ୍ଫୋରକ ଥିବାଯୋଗୁ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ିପଡିଛି। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।