ସଂଚାର ବ୍ୟୁରୋ: ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି । ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।
ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ ବଦଳିବ । ଏହାର ପରିବର୍ତ୍ତେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁ ରହିବ । ଏଥିପାଇଁ ସରକାର ୨ ଦିନ ଭିତରେ ଗାଇଡ୍ଲାଇନ୍ ଆଣୁଛନ୍ତି । ଏଥିସହିତ ଗାଁ ଏବଂ ପଞ୍ଚାୟତମାନଙ୍କରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଅଧିନରେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ ।
ଏହାସହିତ ବିଜେଡିକୁ ନେଇ ବଡ ବୟାନ ଦେଇଛନ୍ତି ମନ୍ତ୍ରୀ । ପୁଣି ବିଜେଡି ଭାଙ୍ଗିବା କଥା ଦୋହରାଇଛନ୍ତି । ମନ୍ତ୍ରୀ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ଦଳ ଭାଙ୍ଗିଯିବ । ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ । ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି । ସେ ଦଳ ରହିବ ନାହିଁ, ଏହା ସ୍ପଷ୍ଟ ଜଣା ପଡ଼ି ଯାଉଛି ।