ସଂଚାର ବ୍ୟୁରୋ: ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ। କୋରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢିବା ସମୟରେ ଏହି ଅଘଟଣ ଘଟିଛି। ଭାରସାମ୍ୟ ହରାଇ କୋରବା ଏକ୍ସପ୍ରେସ ଚକା ତଳେ ପଡ଼ିଯାଇଥିଲେI ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ଥିବାରୁ, ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୁଲିସ (ଜି ଆର ପି )ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲାI ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରିଛନ୍ତି।