ସଂଚାର ବ୍ୟୁରୋ: ଆସାମରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି। ଆସାମରୁ ଦିବାଲଙ୍ଗ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଛି। ଅପରାହ୍ନ ୪ଟା ସମୟରେ ଏହି ଟ୍ରେନ ଲାଇନଚ୍ଯୁତ ହୋଇଥିଲା। ତେବେ ଲାଇନଚ୍ଯୁତ ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ଖବର ନାହିଁ। ମୁମ୍ବାଇ ଏକ୍ସପ୍ରେସର ୮ କୋଚ୍ ଲାଇନଚ୍ଯୁତ ହୋଇଛି। ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବରଦାରପୁର ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା। ଲାଇନଚ୍ଯୁତ ହୋଇଥିବା କୋଚ୍ ମଧ୍ୟରେ ପାୱାର କାର ସରହ ଇଂଜିନ ମଧ୍ୟ ରେଳଧାରଣାରୁ ବାହାରକୁ ଚାଲିଯାଇଛି। ଲୁମଡିଙ୍ଗ-ବଦାରପୁର ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ମେଡିକାଲ ଟିମ ଆସି ପହଞ୍ଚିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି