ସଂଚାର ବ୍ୟୁରୋ: ହରିୟାଣାରେ ନାଏବ ସିଂ ସୈନି ସରକାର । ଗୁରୁବାର ଲଗାତାର ଦ୍ବିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାଏବ ସିଂ ସୈନି । ମୁଖ୍ୟମନ୍ତ୍ରୀଙ୍କ ପରେ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ବିଜେପିର ବରିଷ୍ଠ ନେତା ଅନିଲ ବିଜ୍, ସୈନିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହରିୟାଣାରେ ବିଜେପି ଲଗାତାର ତୃତୀୟ ଥର ସରକାର ଗଢ଼ିଥିବା ବେଳେ ଆଜିର ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିର ବହୁ ହେଭିଓ୍ବେଟ୍ ନେତା ଏବଂ ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।
ନାଏବ ସିଂ ସୈନିଙ୍କ ସମେତ ୧୪ ମନ୍ତ୍ରୀ ଶପଥ ନେଇଛନ୍ତି । ନାଏବ ସିଂ ସୈନି, ଅନିଲ ବିଜ୍, କୃଷ୍ଣଲାଲ ପାନଓ୍ବାର, ରାଓ ନରବୀର ସିଂହ, ମହିପାଲ୍ ଧାଣ୍ଡା, ବିପୁଲ ଗୋଏଲ, ଅରବିନ୍ଦ କୁମାର ଶର୍ମା, ଶ୍ରୁତି ଚୌଧୁରୀ, ଶ୍ୟାମ ସିଂ ରାଣା, ରଣବୀର ସିଂ ଗଙ୍ଗଓ୍ବା, କ୍ରିଷନ ବେଦୀ, ଗୌରବ ଗୌତମ, ଆରତୀ ସିଂ ରାଓ ଏବଂ ରାଜେଶ ନାଗର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।