ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି। ପ୍ରସାଦ ବା ଦୀପର ଘିଅରେ ଅପମିଶ୍ରଣ କିମ୍ଵା ନକଲି ସାମଗ୍ରୀ ବ୍ୟବହାର କରାଯିବ ନାହିଁ। ଏଥିପ୍ରତି ଗୁରୁତ୍ଵ ଦିଆଯିବ। କୌଣସି ଅସୁବିଧା ହେବ ନାହିଁ। ସରକାର ଏହା ଆଗରୁ ବି ସ୍ପଷ୍ଟ କରିଛନ୍ତି। ମହାପ୍ରଭୁଙ୍କ ପ୍ରସାଦରେ ଓମଫେଡ ଛଡ଼ା ଅନ୍ୟ ଘିଅ ବ୍ୟବହାର କରାଯିବନି। ଏହା ଦ୍ଵାରା ଭକ୍ତମାନେ ଆଶ୍ଵସ୍ତ ହେବେ। ଅଶୁଦ୍ଧର ପ୍ରଶ୍ନ ଆସିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଆଗକୁ ଅନ୍ୟ ମନ୍ଦିର ପାଇଁ ବି ନିଷ୍ପତ୍ତି ହେବ।