ସଂଚାର ବ୍ୟୁରୋ: ବୁଧବାର ଶ୍ରୀନଗରର ବକ୍ସି ଷ୍ଟାଡିଯମରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ମ୍ୟାଚ ସନ୍ଧ୍ୟା ୭ରେ ଆରମ୍ଭ ହେବାକୁ ଯାଉଛି। ଏହି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ର ଫାଇନାଲ ମ୍ୟାଚରେ ସଦର୍ନ ସୁପରଷ୍ଟାର ଓ କୋଣାର୍କ ସୂରିୟସ ଓଡ଼ିଶା ଦୁଇଟି ଦଳ ମଧ୍ୟରେ ଟାଇଟଲ ହାତେଇବା ପାଇଁ ହେବ କଡା ଟକ୍କର ।
ଯଦି କହିବା ଏହି ଟୁର୍ନାମେଣ୍ଟରେ ଉଭୟ ଦଳ ମଧ୍ୟରେ ୨ଥର ଆମନାସାମ୍ନା ହୋଇଛି, ଯେଉଁଥିରେ କୋଣାର୍କ ସୂରିୟସ ଓଡ଼ିଶା ୨ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲା। ଏହା ସହିତ ଶ୍ରୀନଗରର ବକ୍ସି ଷ୍ଟାଡିଯମର ପିଚ କଥା ଯଦି କହିବା,ଶ୍ରୀନଗରରେ ପ୍ରବଳ ଥଣ୍ଡା ସାଙ୍ଗକୁ କାକର ପଡୁଛି, ଏଥିପାଇଁ ଟସ ଉପରେ ସବୁକିଛି ନିର୍ଭର କରୁଛି। କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାଇ କୋଣାର୍କ ସୂରିୟସ ଓଡ଼ିଶା ଯଦି ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତି ନେବେ ଏବଂ ପରେ ରନ ଚେଜ କରିବେ ତାହେଲେ ମ୍ୟାଚ ଜିତିବାର ଅଧିକ ସମ୍ଭାବନା ରହିପାରେ ବୋଲି କହିଛନ୍ତି। ତେବେ ଦେଖିବାକୁ ରହିଲା କିଏ ଆଜି ସନ୍ଧ୍ୟାରେ ବାଜିମାତ କରୁଛି, କୋଣାର୍କ ସୂର୍ଯାସ ଓଡିଶା ନା ସଦର୍ନ ସୁପରଷ୍ଟାର?