ସଂଚାର ବ୍ୟୁରୋ: ହବିଷ୍ୟାଳୀ ମାଆ ମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । ଏନେଇ ତର୍ଜମା ଏବଂ ସମୀକ୍ଷା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ହବିଷ୍ୟାଳୀଙ୍କ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାଇତ୍ୱ ନେବ ପ୍ରଶାସନ । କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଆଇନମନ୍ତ୍ରୀ ।