ସଂଚାର ବ୍ୟୁରୋ: ପବିତ୍ର ବିଜୟା ଦଶମୀରେ କଟକର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜା। ମଣ୍ଡପରେ ପଞ୍ଚ ଦିନାତ୍ମକ ପୂଜାର ଶେଷ ଦିବସ। ମାଙ୍କ ବିଦାୟ ସମୟ। ବଙ୍ଗୀୟ ରୀତି ନୀତିରେ ପୂଜା ହେଉଥିବା ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ସିନ୍ଦୂର ଖେଳ। ସେକ୍ଟର ୧୩ରେ ମହିଳା ମାନଙ୍କ ସିନ୍ଦୁର ଖେଳ ସହ ନାଚଗୀତର ମାହୋଲ। ସେକ୍ଟର ୧୩ ଆବାସିକ ସଂଘ ଦ୍ଵାରା ସିନ୍ଦୂର ଖେଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

