ସଂଚାର ବ୍ୟୁରୋ: କୋଲକାତା ଆରଜି କର ହସ୍ପିଟାଲ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା।ମାମଲାରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ। ଦୁଷ୍କର୍ମ ଓ ହତ୍ଯା ମାମଲାରେ ସଂଜୟ ରୟକୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ପ୍ରାୟ ୨୦୦ ଜଣଙ୍କ ସାକ୍ଷକୁ ନେଇ ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି।ଘଟଣା ନେଇ ତନାଘନା ଚଳାଇଛି ସିବିଆଇ। ସିବିଆଇ ପୂର୍ବରୁ ଗିରଫ ଅଭିଯୁକ୍ତ ସଞ୍ଜୟ ରୟକୁ ହତ୍ୟା ଏବଂ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି। ଅଗଷ୍ଟ ୯ରେ କୋଲକାତା ସ୍ଥିତ ଆରଜି କର ହସ୍ପିଟାଲରେ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜଘନ୍ୟ ଭାବେ ହତ୍ଯା କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ତେଜିଥିଲା।ଘଟଣାର ପ୍ରତିବାଦ କରିବା ସହ ଡାକ୍ତରଙ୍କ ସୁରକ୍ଷା ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲା ଜୁନିୟର ଡାକ୍ତର ସଂଘ। ଏବେବି ଡାକ୍ତରଙ୍କ ସୁରକ୍ଷା ଦାବି କରି କୋଲକାତାରେ ଡାକ୍ତର ଆନ୍ଦୋଳନ ଜାରି ରହିଛି।