ସଂଚାର ବ୍ୟୁରୋ: ହସପିଟାଲରେ ପଶି ଡାକ୍ତରଙ୍କୁ ହତ୍ୟା । ଦିଲ୍ଲୀରେ ଏହି ଘଟଣା ଘଟିଛି। ଚିକିତ୍ସା କରାଇବାକୁ ଆସି ୨ ନାବାଳକ ଫାୟାରିଂ କରିଥିଲେ। ଦିଲ୍ଲୀ ଜୈତପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରଥମେ ସେମାନେ ଆସି ହସପିଟାଲରେ ଡ୍ରେସିଂ କରାଇଥିଲେ । ପରେ କହିଥିଲେ ଡାକ୍ତର ଜାଭେଦଙ୍କୁ ଦେଖା କରିବୁ। ଏହା ପରେ କ୍ୟାବିନରେ ପଶି ସିଧା ଗୁଳି କରିଥିଲେ।ପୋଲିସ କହିଛି ଦୁଇ ଜଣ ଯାକ ନାବାଳକ ଅଟନ୍ତି। ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଗତକାଲି ସଂଧ୍ୟାରେ ବି ଆସିଥିଲେ । ତେଣୁ ହତ୍ଯା କରିବାକୁ ସେମାନେ ଆଗରୁ ଷଡ଼ଯନ୍ତ୍ର କରିଥିଲେ ବୋଲି ସନ୍ଦେହ ହେଉଛି।

