ସଂଚାର ବ୍ୟୁରୋ: ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଗାନ୍ଧୀ ଜୟନ୍ତୀ ଅବସରରେ କଙ୍ଗନା ଏକ ପୋଷ୍ଟ କରି ଲେଖିଛନ୍ତି, “ଦେଶର ପିତା ନୁହଁନ୍ତି, ଦେଶର ଲାଲ। ଭାରତ ମାତାଙ୍କର ଏହି ପୁତ୍ର ଧନ୍ୟ।” ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ପୋଷ୍ଟ କରିଛନ୍ତି । ଏହି ମନ୍ତବ୍ୟ ଉପରେ କଂଗ୍ରେସ ନେତା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ନେତା ରାଜ କୁମାର ବର୍ମା କହିଛନ୍ତି ଯେ କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ୍।