ସଂଚାର ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପରବର୍ତ୍ତୀ ଅଭିଯାନ ଶୁକ୍ର ଗ୍ରହ। ଭେନସ ଅର୍ବିଟର ମିଶନ ଲାଗି ପ୍ରସ୍ତୁତି କରିଛି ଇସ୍ରୋ। ୧୧୨ ଦିନ ମଧ୍ଯରେ ପହଞ୍ଚିବା ନେଇ ଆକଳନ । ଆସନ୍ତା ୨୦୨୮ ମାର୍ଚ୍ଚ ୨୯ରେ ଏହି ଅଭିଯାନ ଆରମ୍ଭ ହେବ। ସେହି ଦିନ ଶୁକ୍ରଗ୍ରହକୁ ପ୍ରେରଣ କରାଯିବ ଶୁକ୍ରଯାନ-୧। ଏହି ମିସନରେ ଇସ୍ରୋର ଅତି ଶକ୍ତିଶାଳୀ ଲଞ୍ଚ ଭେହିକଲ ମାର୍କ-୩ ବା ଏଲଭିଏନ-୩ ବ୍ଯବହୃତ ହେବ। ୨୦୨୮ ଜୁଲାଇ ୧୯ରେ ଏହି ଯାନ ଶୁକ୍ର ଗ୍ରହରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଏହି ଅଭିଯାନ କାଳରେ ଶୁକ୍ର ଗ୍ରହର ଜଳବାୟୁ, ଭୂପୃଷ୍ଠର ଅବସ୍ଥା, ଭୌଗଳିକ ବୈଶିଷ୍ଟ୍ଯ ଆଦି ସମ୍ପର୍କରେ ଗବେଷଣା କରାଯିବ। ଏହା ସହ ଆଗ୍ନେୟଗିରି ସମ୍ପର୍କରେ ବି ତଥ୍ଯ ମିଳିପାରିବ। ଏହି ଯାନରେ ଭିଏସଏଆର, ଭିଏସଇଏଏମ, ଭିଟିସି ଆଦି ଯନ୍ତ୍ରପାତି ପଠାଯିବ। ସେପଟେ ଆସନ୍ତା ୨୦୨୯ରେ ଇସ୍ରୋ ଆରମ୍ଭ କରିବ ଚନ୍ଦ୍ରଯାନ-୪ ମିଶନ। ଏଥିଲାଗି ଖର୍ଚ୍ଚ ହେବ ୨ ହଜାର ୧୦୪ କୋଟି ଟଙ୍କା। ଏଥିରେ ୫ଟି ଅତ୍ଯାଧୁନିକ ମଡ୍ଯୁଲ ପଠାଯିବ ବୋଲି ସୂଚନା ମିଳିଛି।