ସଂଚାର ବ୍ୟୁରୋ: ଆସନ୍ତାକାଲି ପବିତ୍ର ମହାଳୟା । ଏହି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ବରୀ । ସକାଳ ୫ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ । ଦିନ ୧୧ଟା ୪୫ ପର୍ଯ୍ଯନ୍ତ ଭକ୍ତମାନେ ମାଆଙ୍କ ଦୁର୍ଲଭ ଦର୍ଶନ କରିପାରିବେ । ପରେ ୧୧ଟା ୪୫ରୁ ୧୨ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହି ପୁଣି ୧୨ଟା ୩୦ରୁ ସନ୍ଧ୍ୟା ୭ଟା ୪୫ ଯାଏ ଦର୍ଶନ ସୁଯୋଗ ମିଳିବ । ଏହାପରେ ସନ୍ଧ୍ୟା ୭ଟା ୪୫ ରୁ ରାତି ୮ଟା ୩୦ ଦର୍ଶନ ବନ୍ଦ ରହି ରାତି ୧୦ଟା ୩୦ ଯାଏ ମାଆଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କେବଳ ୪ ନମ୍ବର ଗେଟ ଦେଇ ଦର୍ଶନ ପାଇଁ ଭକ୍ତ ଯାଇପାରିବେ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି ।