ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ । ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ ହୋଇଛନ୍ତି । ଭୋର ସମୟରେ ଚିନ୍ନାଗେଲୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଏରିଆ ଡୋମିନେସନ ପାଇଁ ଯାଇଥିଲେ। ଅପରେସନ ଚାଲିଥିବା ବେଳେ ପୂର୍ବରୁ ନକ୍ସଲ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।