ସଂଚାର ବ୍ୟୁରୋ: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପରଗଣା ଜିଲ୍ଲାସ୍ଥିତ କାକ ଦ୍ବୀପ ନିକଟରେ ଘଟିଥିବା ଟ୍ରଲର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମତ୍ସ୍ୟଜୀବୀଙ୍କ ମଧ୍ଯରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୧୭ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ର ଭିତରକୁ ଯାଇଥିବାବେଳେ ଘୂର୍ଣ୍ଣିଝଡ ଯୋଗୁ ଟ୍ରଲରଟି ବୁଡିଯାଇଥିଲା। ସେମାନଙ୍କ ମଧ୍ଯରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୯ ଜଣ ନିଖୋଜ ଥିଲେ। କାକଦ୍ବୀପ ମତ୍ସ୍ଯଜୀବୀ ସଂଗଠନର ସମ୍ପାଦକ ବିଜନ ମାଇତି କହିଛନ୍ତି- ପୋଲିସ, ଜିଲ୍ଲା ପ୍ରଶାସନ ଓ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ରେସ୍କ୍ଯୁ ଟିମ ୮ ମୃତଦେହ ଉଦ୍ଧାର କରିଥିବାବେଳେ ଆଉ ଜଣଙ୍କର ମୃତଦେହ ମିଳିପାରିନାହିଁ।