ସଂଚାର ବ୍ୟୁରୋ: ଭରତପୁର ଥାନା ମାମଲାରେ ନିଲମ୍ବିତ ହୋଇଥିବା ପୋଲିସଙ୍କ ପରିବାର ଧାରଣା ଦେଇଛନ୍ତି। ଭୁବନେଶ୍ଵର ପୋଲିସ ସେବା ଭବନ ଆଗରେ ଧାରଣା ଦେବା ସହିତ ନ୍ୟାୟ ମାଗିଛନ୍ତି। ଅଯଥାରେ ପୋଲିସ କର୍ମଚାରୀଙ୍କୁ ନିଲମ୍ଵିତ କରାଯାଇଛି। ପୀଡ଼ିତା ଅଯଥାରେ ପୋଲିସକୁ ବଦନାମ କରିଛନ୍ତି। ମହିଳା କାର୍ଡ ଖେଳି ଝିଅ ହେବାର ଫାଇଦା ଉଠାଉଛନ୍ତି। ସସପେଣ୍ଡ ହୋଇଥିବା ଜଣେ ମହିଳା ପୋଲିସଙ୍କ ମାଆ କାନ୍ଦି କାନ୍ଦି ତାଙ୍କ ଦୁଃଖ କଥା କହିଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରାଯାଇଛି। ପୋଲିସ କମିଶନରଙ୍କୁ ଦିଆଯାଇଛି ଦାବିପତ୍ର।