ସଂଚାର ବ୍ୟୁରୋ: ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆବାଉତୀ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ । ରାସୋଳ ମାର୍କେଟରୁ କାମ ସାରି ମାଆ ସ୍କୁଟିରେ ତାଙ୍କ ଦୁଇ ଝିଅଙ୍କୁ ନେଇ ପାଖ ଗଣ୍ଡାନାଳି ଗାଁକୁ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା । ଦୁଇ ଝିଅ ଟ୍ରକ୍ ଚକା ତଳେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ତେବେ ମାଆ ନମିତା ଖଟୁଆ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଦୁଇ ଝିଅ ହେଲେ ଲୁସି ଖଟୁଆ ଏବଂ ଖୁସି ଖଟୁଆ । ଉତ୍ତ୍ୟକ୍ତ ଲୋକେ ଟ୍ରକକୁ ଅଟକାଇବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ରାସୋଳ ପୋଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଅଟକ ରଖିବା ସହ ଲୋକଙ୍କୁ ବୁଝାସୁଝା କରିଛି ।