ନ୍ମ ଦିନରେ ଓଡ଼ିଶାର ମହିଳା ମାନଙ୍କ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କୁ ଭେଟି ଦେବେ ସୁଭଦ୍ରା ଯୋଜନା । ମହିଳାଙ୍କ ଆର୍ଥିକ ଉନ୍ନତି ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ । ଫଳରେ ମହିଳାଙ୍କୁ ସ୍ୱୟଂସମ୍ପୂର୍ଣ୍ଣ ହେବ। ଏଥିପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍।
ମଙ୍ଗଳବାର ୧୦ ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ଗାଢ଼କଣ ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ କରିବେ ଆଲୋଚନା । ପାଖାପାଖି ୩୦ ମିନିଟ ଧରି ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି। ସେଠାରୁ୧୧ ଟା ୪୫ରେ ବାହାରି ୧୨ ଟାରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଏବଂ ତାସହ ସ୍ପୋର୍ଟସ ଭେଲିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଜନତା ମଇଦାନ କାର୍ଯ୍ୟକ୍ରମରେ ପାଖାପାଖି ଘଣ୍ଟାଏ ରହିବା ପରେ ୧ଟା ୨୦ ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରି ଯିବେ ପ୍ରଧାନମନ୍ତ୍ରୀ ।
ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ ସୁରକ୍ଷା ଦାୟିତ୍ୱ ୨ ଆଇଜି ପାହ୍ୟା ଅଧିକାରୀ ସମ୍ଭାଳିବେ । ଅନ୍ୟ ଜଣେ ଆଇଜି ଜନତା ମଇଦାନସ୍ଥିତ ସୁରକ୍ଷା ଦାୟିତ୍ୱରେ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ମୋଟ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ । ଏଥି ସହିିତ ୨ କମ୍ପାନି କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (ସିଆରପିଏଫ୍) ଜଗିବେ । କୌଣସି ପ୍ରକାର ଆତଙ୍କୀ ଆକ୍ରମଣକୁ ମୁକାବିଲା ଓ ପ୍ରତିହତ ପାଇଁ ୩ଟି ୟୁନିଟ ଏସ୍ଟିୟୁ (ସ୍ପେଶାଲ ଟାକ୍ଟିକାଲ ୟୁନିଟ୍)ର ଲଢ଼ୁଆ ଯବାନ ସବୁବେଳେ ଜାଗ୍ରତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସର କାର୍କେଡ୍ ରିହର୍ସାଲ କରାଯାଇଛି । ଭୁବନେଶ୍ବର ବିମାନବନ୍ଦରରୁ ରାଜଭବନ ଦେଇ ଜନତା ମଇଦାନରେ ପର୍ଯ୍ୟନ୍ତ କାର୍କେଡ୍ ଅଭ୍ୟାସ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ ।
ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ। ବ୍ୟାପକ ମହିଳା ପୁଲିସ କର୍ମଚାରୀଙ୍କ ସହ ସାଦା ପୋଷାକରେ ରହିବେ ବି ପୁଲିସ୍।