ସଂଚାର ବ୍ୟୁରୋ: ଶ୍ରୀକ୍ଷେତ୍ର କୃଷ୍ଣଲୀଳାରେ ପଡ଼ିଲା ଯବନିକା । ଶେଷ ଦିନରେ କଂସକୁ ବଧ କଲେ ଶ୍ରୀକୃଷ୍ଣ । ଗତମାସ ୨୬ ତାରିଖ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଶ୍ରୀକୃଷ୍ଣଙ୍କ ବାଲ୍ଯ ଲୀଳା । ଆଜି ଭାଦ୍ରବ ଶୁକ୍ଳପକ୍ଷ ଦଶମୀରେ ଏହା ଶେଷ ହୋଇଛି । ବଡଦାଣ୍ଡରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀ ରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିଥିଲେ । ଲବଣୀଖିଆ ମଣ୍ଡପରେ ମହାଭୋଇ ପରିବାରର ମହିଳାଙ୍କ ହାତରୁ ଲବଣୀ ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଞ୍ଚିଵା ପରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ॥ ଶେଷରେ ଶ୍ରୀକୃଷ୍ଣ କଂସଙ୍କୁ ନିଧନ କରିବା ପରେ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ ।